ବରପାଲି-ବରପାଲି ବ୍ଲକ ଧିରପୁର ମାଁ ତାରିଣୀ ପୀଠରେ ମାଁ ତାରିଣୀ ଦେବୀଙ୍କ ବାର୍ଷିକ ସ୍ନାନ ଉତ୍ସବ ମହାସମାର ପାଳିତ ହୋଇଯାଇଛି l ଏହି ଅବସରରେ ଲୋକକଳା ଗ୍ରାମ କୁମ୍ଭାରୀ ବ୍ରଜେଶ୍ୱରୀ ଷ୍ଟେଚ୍ୟୁ କଳାକାର ରାଜପତି ଭୋଇ ଓ ରେମତା ଘଣ୍ଟବାଦ୍ୟ ଦଳ ସାମିଲ ହୋଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ l ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ବରିଷ୍ଟ ବିଜେପି ନେତା ଧୀରେlଜ ପଧାନ ଯୋଗ ଦେଇ ଦଣ୍ତନୃତ୍ଯ ଉପରେ ଆଲୋଚନା କରିଥିଲେ।

ଧୂଳି ଦଣ୍ଡ,ପାଣି ଦଣ୍ଡ ଓ ମଞ୍ଚ ଦଣ୍ଡ ମଧ୍ୟରେ ପ୍ରଭେଦ ଏବଂ ମଞ୍ଚଦଣ୍ଡର ମନୋରଞ୍ଜନ ଧର୍ମି ହୋଇଥିବା ବେଳେ ଅନ୍ୟ ଦଣ୍ଡଦ୍ଵୟ ଦେବୀ ଉପାସନା ଓ ସାଧନାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବରେ ମଧୁ ବେହେରା, ସଦାନନ୍ଦ ମହାନନ୍ଦ, ଭାଗ୍ୟଧର ମିଶ୍ର ଓ ରାମେଶ୍ୱର ମିଶ୍ର ପ୍ରମୁଖ ଯୋଗ ଦେଇ ଦଣ୍ଡନୃତ୍ୟର ଆଧ୍ୟାତ୍ମିକତା ଚେତନା ଓ ତାର ପ୍ରତିଫଳନ ବୋଲି ମତ ରଖିଥିଲେ l ଯାତ୍ରା କମିଟି ସଭାପତି ବଲବନ୍ତ ମହାରଣା ସଭାକାର୍ଯ୍ଯ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ l


