ପଦ୍ମପୁର -ପଦ୍ମପୁର ଶାନ୍ତି ନଗରରେ ରହୁଥିବା ଚନ୍ଦ୍ରମଣୀ ଶତପଥୀଙ୍କ ଧର୍ମ ପତ୍ନୀ ବ୍ରଜେଶ୍ୱରୀ ଶତପଥିଙ୍କ ୮୪ବର୍ଷ ବୟସରେ ଗୁରବାର ରାତ୍ରିରେ ନିଜସ୍ୱ ବାସଭବନରେ ପରଲୋକ ଘଟିଛି । ସେ ତାଙ୍କ ପଛରେ ସ୍ୱାମୀ,୪ଝିଅ ଜ୍ୱାଇଁ ଏକମାତ୍ର ପୁତ୍ର ଦୁର୍ଗା ଶଙ୍କର ,ପୁତ୍ରବଧୁ, ନାତି,ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି ।ଆଜି ସ୍ଥାନୀୟ ରଜାପଡା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ଏଥିରେ ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଏକମାତ୍ର ପୁତ୍ର ଦୁର୍ଗା ଶଙ୍କର (କୁନା) ମୁଖାଗ୍ନି ଦେଇଥିଲେ । ସେ ଜଣେ ଧର୍ମ ପରାୟଣ, ତଥା ପରୋପକାରୀ ମହିଳା ଥିଲେ । ତାଙ୍କର ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜାଗ୍ରତ ପ୍ରହରୀ ପରିବାର ତରଫରୁ ସ୍ବର୍ଗତା ବ୍ରଜେଶ୍ୱରୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

