Saturday, February 15, 2025
spot_imgspot_imgspot_img
Homeଅଘଟଣଧର୍ମପ୍ରଣା ମହିଳାଙ୍କ ପରଲୋକ ।

ଧର୍ମପ୍ରଣା ମହିଳାଙ୍କ ପରଲୋକ ।

ପଦ୍ମପୁର – ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଲିର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଟିକେଲାଲ ଦାଶଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁମିତ୍ରା ଦାଶ ଗତ ତା.୧୩.୦୨.୨୫ ଦିନ ପଦ୍ମପୁର ରେ ଚିକିତ୍ସାଧୀନ ଅବସ୍ଥାରେରେ ପରଲୋକ ଗମନ କଲେ । ସେ ତାଙ୍କ ପଛରେ ପୁତ୍ର ଅଧ୍ୟାପକ ବିଦ୍ୟାଧର ଦାଶ ଓ ଅଧ୍ୟାପକ ଖଗେଶ୍ୱର ଦାଶ,ପୁତ୍ରବଧୂ ସୁନିତି ଦାଶ , ନାତି ଅଧ୍ୟାପକ ଅଙ୍କିତ କୁମାର ଦାଶ, ଇ. ତାପସ ରଂଜନ ଦାଶ ଓ ନାତୁଣୀ ଶାଶ୍ଵତୀ ଙ୍କୁ ଛାଡି ଯାଇଛନ୍ତି ।

ତାଙ୍କର ଶେଷ କୃତ୍ୟ ତାଳପାଲି ଶ୍ମଶାନ ଘାଟ ରେ ଗ୍ରାମବାସୀ ଓ ପରିବାର ପରିଜନ ମାନଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ସଂପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ବିଦ୍ୟାଧର ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣା ଓ ସଙ୍ଗୀତପ୍ରେମୀ ମହିଳା ଥିଲେ । ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

error: Content is protected !!