ପାଇକମାଳ-ପାଇକମାଳ ବ୍ଲକର ଜାମସେଠ ଗ୍ରାମର ଧର୍ମପରାୟଣ ମହିୟସୀ ମହିଳା ସ୍ବର୍ଗତ କେଶରୀ ରାୟ ସ୍ମୃତିରେ ରବିବାର ବୃକ୍ଷରୋପଣ କରାଯାଇଛି। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସକ୍ରିୟ ସଦସ୍ୟ ତଥା ପୂର୍ବତନ ସରପଞ୍ଚ ପ୍ରମୋଦ ରାୟଙ୍କ ମା ଥିଲେ ସ୍ବର୍ଗତ କେଶରୀ ରାୟ। ସେ ଜଣେ ଧର୍ମ ପରାୟଣ ମହିୟସୀ ମହିଳା ତଥା ପରୋପକାରୀ ମହିଳା ଥିଲେ। ସ୍ବର୍ଗତା କେଶରୀଙ୍କ ସ୍ମୃତିରେ କରଣ ସମାଜ ସଭାପତି ବିଶିକେଶନ ରାୟ ସଭାପତିତ୍ବରେ ଅନୁଷ୍ଠିତ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଶରତ ମହାନ୍ତି,ମାଣ୍ଡୋସିଲ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ସାହୁ,ମାଣ୍ଡୋସିଲ୍ ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଲାନନ୍ଦ ଡନସେନା,କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ,ସରପଞ୍ଚ ଦିଲ୍ଲୀପ ବେହେରା, ଆର୍ତ୍ତତ୍ରାଣ ସାହୁ,ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ତଥା ପ୍ରକୃତିବନ୍ଧୁ ସାମ୍ବାଦିକ ଧିରେନ୍ ମହାନ୍ତି,କଂଗ୍ରେସ ନେତା ବିଜୟାନନ୍ଦ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆ,କରଣ ସମାଜର ଉପଦେଷ୍ଟା ଅରୁଣ ପଟ୍ଟନାୟକ, କାନ୍ତ ସାହୁ,

ସାମ୍ବାଦିକ ସୁରଥ କୁମାର ସାହୁ,ଗିରୀଶ ଚନ୍ଦ୍ର ମାଝୀ,ଡାକ୍ତର ଦେବଦତ୍ତ ମହାନ୍ତି, ସମାଜସେବୀ ହେମନ୍ତ ପ୍ରଧାନ, ଶତ୍ରୁଘ୍ନ ସାହୁ,ଆତ୍ମାର ପୂର୍ବତନ ସଭାପତି ଯୋଗେନ୍ଦ୍ର ଭୋଇ,ଗୁଲୁ ପଟ୍ଟନାୟଙ୍କ, ସରୋଜ ପଟ୍ଟନାୟକ,ନଟବର ପ୍ରଧାନ,କ୍ଷୀରୋଦ୍ର ମାଝୀ, ସାମ୍ବାଦିକ ନିରୋଜ ପାଣି ପ୍ରମୁଖ ଯୋଗଦେଇ ସ୍ବର୍ଗତ କେଶରୀ ରାୟଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସ୍ବର୍ଗତ କେଶରୀ ରାୟ ସ୍ମୃତିରେ ସ୍ମୃତିରକ୍ଷା ନିମିତ୍ତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯୋଧନ ପୁଟା ନେତୃତ୍ବରେ ଏକ ବଉଳ ବୃକ୍ଷ ରୋପଣ ପାଇଁ ତାଙ୍କ ପୁତ୍ର ପ୍ରମୋଦ ରାୟ ଓ ଧର୍ମପତ୍ନୀ ଅଲିଭା ରାୟଙ୍କୁ ପ୍ରଦାନ କରା ଯାଇଥିଲା। ପରିଶେଷରେ କରଣ ସମାଜର ସଂପାଦକ ତପନ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।


