Sunday, March 8, 2026
Homeରାଜ୍ୟଧନୁଯାତ୍ରା ମୀନାବଜାର ପଡିଆରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ।

ଧନୁଯାତ୍ରା ମୀନାବଜାର ପଡିଆରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ।

ବରଗଡ଼ ସଚେତନ ନାଗରିକ ମଞ୍ଚର ଅଭିଯୋଗ ପରେ ରୋବୋଟିକ ଆନିମଲ ଜୋନରେ ଲାଗିବ ଅଙ୍କୁଶ ,୫୦ ଟଙ୍କା ପରିବର୍ତ୍ତେ ୨୦ ଓ ୩୦ ଟଙ୍କା ହବ ଟିକଟ ।

ବରଗଡ଼ – ବିରାଟ ଧନୁଯାତ୍ରା ମହୋତ୍ସବର କେନ୍ଦ୍ର ବିନ୍ଦୁ ଜର୍ଜ ହାଇସ୍କୁଲ ପଡିଆରେ ଅବ୍ୟବସ୍ଥା ଅଭିଯୋଗ ସଚେତନ ନାଗରିକ ମଞ୍ଚ ଆଣିବା ପରେ ବୁଧବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଆଲୋଚନା ହୋଇଥିଲା ମୁଖ୍ୟତଃ ସେଲ୍ଫି ପଏଣ୍ଟ ସ୍ଥାନରେ ରୋବୋଟିକ ଆନିମଲ ଡିସପ୍ଲେ କାହିଁକି ଅଧିକ ଟଙ୍କା ଟିକଟ ବାବଦରେ ନେଉଛି ଓ ଏହା ମୁକ୍ତ ସ୍ଥାନ ଭାବେ ବ୍ୟବହାର ହେଉଥିବାରୁ କିପରି ଜଣେ ବ୍ୟକ୍ତି ଏହା ହାତେଇ ପାରିଲା ବୋଲି ନାଗରିକ ମଞ୍ଚ ଅଭିଯୋଗ କରିଥିଲା।

ଉତ୍ତର ରେ ଉପଜିଲ୍ଲାପାଳ କହିଥିଲେ ଯେ କଳାକୁଞ୍ଜ କୁ ଦବା ପାଇଁ ଏହା ସ୍ଥିର ହୋଇଥିଲା କିନ୍ତୁ କୌଣସି କାରଣ ବଶତଃ ସେ ନଆସିବାରୁ ସରକାରୀ ଦର ରେ ପ୍ରଦୀପ ସାହୁଙ୍କୁ ଦିଆଯାଇଛି ଏବଂ ଯାତ୍ରାର ବ୍ୟାପକତା ଦୃଷ୍ଟିରୁ ଯାତ୍ରା ଲ୍ୟାଣ୍ଡ କମିଟି ର ସୁପାରିଶ ରେ ଏହା ଧାର୍ଯ୍ୟ କରାଯାଇଛି ବୋଲି କହି ଥିଲେ, ଟିକଟ ଦର ୨୦ ଟଙ୍କା ଛୋଟ ମାନଙ୍କ ପାଇଁ ଓ ବୟସ୍କଙ୍କ ପାଇଁ ୩୦ ଟଙ୍କା ନେବାକୁ ମଞ୍ଚ ପକ୍ଷରୁ କୁହାଯାଇ ଥିଲା ଯାହାକି ପ୍ରଶାସନ ତରଫରୁ ସଂଜ୍ଞାନ ନିଆଯାଇଛି,

ସେହିପରି ବିଭିନ୍ନ ପାର୍କିଂ ସ୍ଥାନରେ ଚଢ଼ା ଦର ରେ ଟଙ୍କା ଅସୁଲି ହେଉଥିବାରୁ ଏନ୍ଫୋର୍ସମେଣ୍ଟ କମିଟି ଚଢାଉ କରିବ ବୋଲି ଆବାହକ ଆଇନଜୀବୀ ଭୀଷ୍ମଦେବ ସରାଫ କହିଥିଲେ। ଶୌଚାଳୟ ବ୍ୟବସ୍ଥା,ପରିମଳ ଓ ପିଇବା ପାଣି ପାଇଁ ପ୍ରଶାସନ ପଦକ୍ଷେପ ନେଉଛି ବୋଲି ଉପଜିଲ୍ଲାପାଳ କହିଛନ୍ତି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଭବାନୀ ସାହୁ, ନିଖିଳ ପାଣିଗ୍ରାହୀ, ମନୋହର ପ୍ରଧାନ, ଶୟନ ପଣ୍ଡା,ଜିତୁ ଭୋଇ, ଆଇନଜୀବୀ ସନ୍ତୋଷ ଦାଶ, ସୁଦାମ ସାହୁ, ଗଙ୍ଗା ପୂଝାରୀ,ଗୋବିନ୍ଦ ଶର୍ମା,ସରୋଜ ନାଏକ, ମହମ୍ମଦ ଫିରୋଜ,ଅଲିମ ରିଜେବି , ଲାଲା ଦୀପ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

error: Content is protected !!