Saturday, March 7, 2026
Homeରାଜ୍ୟଧନକାଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ' ସ୍ପଷ୍ଟ ଦୃଷ୍ଟି' ।

ଧନକାଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ ସ୍ପଷ୍ଟ ଦୃଷ୍ଟି’ ।

ସମ୍ବଲପୁର-ସମ୍ବଲପୁରରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିଥିବା ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇଙ୍କ ନିର୍ଦେଶନା ଓ ଦିଗଦର୍ଶନ ତଥା ସ୍ଥାନୀୟ ବ୍ଲକ ଶିକ୍ଷା ବିଭାଗ, ଧନକଉଡା ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ଚନ୍ଦ୍ର ଶେଖର ବେହେରା ଜ଼ିଲ୍ଲା ଉଚ୍ଚ ବିଦ୍ୟାଳୟ ଠାରେ ଉଚ୍ଚ କୃତି ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ଅଭିନଵ କାର୍ଯ୍ୟକ୍ରମ ‘ସ୍ପଷ୍ଟ ଦୃଷ୍ଟି’ -ବିଷୟଗତ ସନ୍ଦେହ ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ତଥା କାର୍ଯ୍ୟକ୍ରମ ର ମୁଖ୍ୟ ଭାବେ ଧନକଉଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇ

ଏବଂ ଅନ୍ୟାନ୍ୟ ଅତିଥି ଶ୍ରୀ କରନ ଶର୍ମା, ଶ୍ରୀମତୀ ଲୋକିତା ଦାସ ଉପସ୍ଥିତ ରହି ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଉଚ୍ଚ ଫଳାଫଳ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ନିମନ୍ତେ ସୁପ୍ରସ୍ତୁତି ର ଦିଗଦର୍ଶନ ଦେଇଥିଲେ ଏବଂ ବିଭିନ୍ନ ବିଦ୍ୟାଳୟ ରୁ ଆସି ଥିବା ଶିକ୍ଷକ ଶିକ୍ଷୟତ୍ରୀ ସାଧନ କର୍ମୀ ମାନେ ଛାତ୍ରଛାତ୍ରୀ ଙ୍କ ବିଷୟଗତ ସନ୍ଦେହ ମୋଚନ କରି ଥିଲେ। ଅତିଥି ମାନଙ୍କ ଉପଦେଶ ଅଧିବେଶନ ଓ ପ୍ରଶ୍ନ ଉତ୍ତର ଅଧିବେଶନ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଖୁବ ଉପାଦେୟ ଥିଲା।

error: Content is protected !!