ସମ୍ବଲପୁର-ସ୍ଥାନୀୟ ହିନ୍ଦି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେଵାଶ୍ରୀ ଭୋଇ ଙ୍କ ସଭାପତିତ୍ବରେ ଧନକଉଡ଼ା ବ୍ଳକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଓ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁସ୍ମିତା ପାଟ୍ଟଯୋଶୀ, ରମେଶ କୁମାର ମିଶ୍ର, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ଦାସ, ଚିପିଲିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଲମ୍ବୋଦର କୁମ୍ଭାର ଯୋଗଦାନ କରିଥିଲେ।

ସମ୍ବଲପୁର ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଆଜାଦ୍ ଶେଖର ପ୍ରଧାନ ସାର ପ୍ରଦର୍ଶନୀ ର ନିରିଖ୍ୟକ ଦାୟିତ୍ଵ ନିର୍ବାହ କରିଥିଲେ। ଶିକ୍ଷଣ ସାମଗ୍ରୀ ର ଶ୍ରେଣୀ କୋଠରୀ ରେ ବ୍ୟବହାର ର ମହତ୍ତ୍ଵ ତଥା ଉପଯୋଗୀ ତା କୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅବଗତ କରାଯାଇଥିଲା । ପରିଶେଷରେ ଭଲ ପ୍ରଦର୍ଶନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସିଆରସିସି ଙ୍କୁ ପୁରସ୍କୃତ କରାଯାଇଥିଲା।


