Saturday, March 7, 2026
Homeରାଜ୍ୟଧନକଉଡ଼ା ବ୍ଲକ୍ ରେ ଜାତୀୟ କନ୍ୟା ଦିବସ ପାଳିତ ।

ଧନକଉଡ଼ା ବ୍ଲକ୍ ରେ ଜାତୀୟ କନ୍ୟା ଦିବସ ପାଳିତ ।

ସମ୍ବଲପୁର-ଧନକଉଡ଼ା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଜାତୀୟ କନ୍ୟା ଦିବସ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନକଉଡ଼ା, ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ସଭାପତିତ୍ବ ରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଞ୍ଜୁ ଅଗ୍ରୱାଲ ସ୍ଵାଗତ ଜଣାଇଥିଲେ। ପ୍ରଥମେ ଛାତ୍ରୀ ମାନଙ୍କ ଦ୍ଵାରା ଏକ ରେଲି କରାଯାଇଥିଲା।

ଧନକଉଡ଼ା ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବି ଆର୍ ସି ସି ଧନକଉଡ଼ା ଶ୍ରୀ ରମେଶ ଚନ୍ଦ୍ର ମିଶ୍ର ଆୟୋଜନ କରିଥିଲେ ଏବଂ ବ୍ଲକ୍ ର ସମସ୍ତ ସି ଆର୍ ସି ସି ମାନେ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁସ୍ମିତା ପାଟଯୋଶୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!