Saturday, March 7, 2026
Homeରାଜନୀତିଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ନିଆରା ପଦକ୍ଷେପ ।

ଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ନିଆରା ପଦକ୍ଷେପ ।

ସମ୍ବଲପୁର – ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗ୍ରୀଷ୍ମାବକାଶ ହୋଇଅଛି। ସରକାରଙ୍କ ନିର୍ଦେଶନୁଯାୟୀ ଏହି ଅବକାଶ ରେ ପ୍ରତ୍ୟେକ ପିଲା କିଛି ଗୃହକାର୍ଯ୍ୟ କରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ର ସମସ୍ତ ପିଲା ଙ୍କୁ ଗୃହକାର୍ଯ୍ୟ ପ୍ରଦାନ କରାଯାଇଛି। ଏବେ ପିଲାମାନେ ଗୃହକାର୍ଯ୍ୟ କିପରି କରୁଛନ୍ତି ତାହା ତଦାରଖ କରିବାପାଇଁ ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି। ପ୍ରତ୍ୟେକ ଦିନ ନିଜେ ଗୋଷ୍ଠୀଶିକ୍ଷା ଅଧିକାରୀ ଶ୍ରୀମତୀ ଭୋଇ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣ ଓ ଶିକ୍ଷକ ତଥା ଶିକ୍ଷୟତ୍ରୀ ମାନେ ପିଲାମାନଙ୍କ ଘରକୁ ଯାଇ ପିଲା ଗୃହକାର୍ଯ୍ୟ କରିଛି ନା ନାହିଁ ତାର ତଦାରଖ କରୁଛନ୍ତି। ଆଜି ଶ୍ରୀମତୀ ଭୋଇ, ସହ ଶିକ୍ଷା ଅଧିକାରୀ ରମେଶ ମିଶ୍ର ଚୌରପୁର କ୍ଲଷ୍ଟର ର ଝରାପାଲି ବିଦ୍ୟାଳୟ ନିକଟସ୍ଥ ଏକ ପଡା ରେ ପହଂଚି ଛାତ୍ରୀ ଛାତ୍ର ମାନଙ୍କ ଗହଣରେ ଉପସ୍ଥିତ ରହି ସେମାନେ ଗୃହକାର୍ଯ୍ୟ କରିଥିବାର ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ଏହି ପଦକ୍ଷେପ କୁ ଅଭିଭାବକ ମହଲ ରୁ ସ୍ୱାଗତ କରାଯାଇଥିଲା।

error: Content is protected !!