ସମ୍ବଲପୁର – ପିଲା ମାନେ ଗ୍ରୀଷ୍ମାବକାଶ ରେ କରିବା ପାଇଁ ଗୃହ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାକୁ ତଦାରଖ କରିବା ପାଇଁ ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମତୀ ସେବଶ୍ରୀ ଭୋଇ ଆଜି ପହଞ୍ଚିଥିଲେ ଗୋବିନ୍ଦତୋଳା ଉ ପ୍ରା ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଘରେ। ପିଲା ମାନ କିପରି ଅବସର ସମୟ ର ସଦୁପଯୋଗ କରିବେ ପିତା ମାତାଙ୍କ ସହ ଆଲୋଚନା କରଥିଲେ। ସି ଆର ସି ସି ବେଞ୍ଜୁ ରାଣୀ ବେହେରା ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ। ତାପରେ ଭୁତା ପଡା ଉ ପ୍ରା ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ଘରେ ପହଂଚି ସେମାନଙ୍କର ଅଗ୍ରଗତି ରେ ଶ୍ରୀମତୀ ଭୋଇ ସନ୍ତୋଷ ପ୍ରକାଶ କରିଥିଲେ। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ଏହି ପଦକ୍ଷେପ ଅଭିଭାବକ ମହଲ ରେ ଆଦୃତ ହେଇଅଛି । ଏହି ଖରାରେ ଶ୍ରୀମତୀ ଭୋଇ କରୁଥିବା ପରିଶ୍ରମ ପାଇଁ ଅଭିଭାବକ ମାନେ ତାଙ୍କୁ ଓ ତାଙ୍କ ଟିମ କୁ ସାଧୁବାଦ ପ୍ରଦାନ କରିଥିଲେ।