Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଦୟନୀୟ ଅବସ୍ଥାରେ ପାଇକମାଲ ତହସିଲ କାର୍ଯ୍ୟାଳୟ,ଜନସାଧାରଣଙ୍କ ମଧ୍ଯରେ ଉଦବେଗ ପ୍ରକାଶ।

ଦୟନୀୟ ଅବସ୍ଥାରେ ପାଇକମାଲ ତହସିଲ କାର୍ଯ୍ୟାଳୟ,ଜନସାଧାରଣଙ୍କ ମଧ୍ଯରେ ଉଦବେଗ ପ୍ରକାଶ।

ପାଇକମାଲ-ପାଇକମାଲ ପଞ୍ଚାୟ ସମିତି ଅନ୍ତର୍ଗତ ୨୨ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ଯାଳୟ ପାଇକମାଲ ସହରରେ ଅବସ୍ଥିତ । ପାଇକମାଲ ଅଞ୍ଚଳ ଲୋକେ ମାନଙ୍କ ସୁବିଧା ପାଇଁ ସମସ୍ତ ବିଭାଗର କାର୍ଯ୍ଯାଳୟ ମାନ ରହିଅଛି । ବିଗତ ୫ଟି ସରକାର ଯେଉଁ କୋଠାବାଡି ସରକାରୀ କାର୍ଯ୍ଯାଳୟ ତିଆରୀ କରିଥିଲେ ସେସବୁ ଆଜି ବିପଦ ସଂକୁଳ ଅବସ୍ଥାରେ ରହିଛି । ଏହାର ସଦ୍ୟତମ ଉଦାହରଣ ପାଲଟିଛି ପାଇକମାଲ ତହସିଲ ଅଫିସ । ପାଇକମାଲ ତହସିଲ ଅଫିସକୁ ଦେଖିଲେ ଜଣାପଡେ ସେ ପାଇକମାଲ ତହସିଲ ନିରୁପାୟ ।

ଛାତ ଉପରୁ ପାଣି ଗଳୁ ଥିବାରୁ ତହସିଲ କାର୍ଯ୍ଯାଳୟ ଛାତରେ ତାର ପୋଳିନ ଢଙ୍କା ଯାଇଛି ଯାହାକି ଅତ୍ୟନ୍ତ ଲଜ୍ଜାଜନକ। ସରକରୀ ଉଦାସୀନତା ପାଇଁ ଏପରି ଲକ୍ଷ ଲକ୍ଷ ଟଙ୍କାର କୋଠାଘର ନିର୍ମାଣ କରାଯାଇ ଠିକାଦାର ଓ ଇଞ୍ଜିନିୟର ମାନେ ମିଶି ଟଙ୍କା ଆତ୍ମସାତ କରା ଯାଇଥିବା ଅଞ୍ଚଳରେ ଲୋକେ ଜଳ ଜଳ ହୋଇ ଦେଖୁଛନ୍ତି । ପାଇକମାଲ ତହସିଲ ଅଞ୍ଚଳରେ ଲୋକ ମାନଙ୍କ ଜରୁରୀ ଦସ୍ତାବେଜ ରହୁଥିବା ସତ୍ତ୍ବେ ଏହାର ତଦାରଖ ଠିକରେ କରାଯାଉ ନାହିଁ । ଅନ୍ଯପଟ ତହସିଲ ଅଫିସ କୁ ଗଲେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଏ ।

ଏଠାରେ ପରିସ୍ରାଗାର,ଶୌଚାଳୟର ସୁବିଧା ନଥିବା ବେଳେ ଲୋକ ମାନଙ୍କ ପାଇଁ ବିଶ୍ରାମଗାର ଟିଏ ମଧ୍ଯ ଉପଲବ୍ଧ ନାହିଁ । ବିଗତ ସରକାର ୫ଟିର ନାରାଦେଇ ଯେଉଁ ବହପ ନେଉଥିଲେ ଲୋକ ମାନେ ତାହା ଅନୁଭବ କରୁଛନ୍ତି । ଏ ସବୁ ଦୃଷ୍ଟିରୁ ଦେଖାଯାଏ ତହସିଲ ଅଫିସ କର୍ମଚାରୀ କିପରି ଅସୁବିଧାର ସମ୍ମୁଖୀନ ଦେଉଛନ୍ତି । ବରଗଡ ଜିଲ୍ଲାପାଳ ତଥା ନୂତନ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରାଯାଉ ବୋଲି ଜନ ସାଧାରଣରେ ମତ ପ୍ରକାଶ ପାଉଛି ।

error: Content is protected !!