
ପଦ୍ମପୁର-ରଜବୋଡସମ୍ବର୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ କ୍ୟାରିଅର ମାର୍ଗଦର୍ଶନ ଉପରେ ଦକ୍ଷତା ବିକାଶ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାଳମ୍ବ ପ୍ରସାଦ ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜବୋଡାସମ୍ବର୍ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ, ସାଧନ କର୍ମୀ ଭାବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଗଗନ ବେହେରା , ଆଶୁତୋଷ ବିଶ୍ଵାଳ,କଲ୍ୟାଣୀ ସାମନ୍ତ ଏବଂ ସଞ୍ଜୟ ଖମାରୀ ଯୋଗଦେଇଥିଲେ। ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

ମୁଖ୍ୟଅତିଥି ଏବଂ ସମସ୍ତ ସାଧନ କର୍ମୀ ଏହି ତାଲିମ୍ ଶିବିର ସମ୍ପର୍କରେ ନିଜ ନିଜ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ। ଉକ୍ତ ତାଲିମ୍ ଶିବିରରେ ଗାଇସିଲେଟ ଏବଂ ରାଜବୋଡ଼ାସମ୍ବର୍ ବ୍ଲକର ୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଥିଲେ। ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଅତିଥି ପରିଚୟ ସହ ସଭାର ସଂଯୋଜନା କରିଥିବା ବେଳେ ଶ୍ରୀ ସୁଶିଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ସଭାକୁ ସାଫଲ୍ୟମଣ୍ଡିତ କରିବା ପାଇଁ ନିମନ୍ତେ ଅକୁଣ୍ଠ ସହଯୋଗ କରିଥିଲେ।



