ବରପାଲି-ବରପାଲି ନରସିଂଘ ମନ୍ଦିର ପରିସରରେ ଦ୍ବିଦିବସିୟ ଚତୃଦଶୀ ମହୋତ୍ସବ ନିତିକାନ୍ତି ଅନୁଶାରେ ସୂଭାରମ୍ଭ ହୋଇଯାଇଛି। ରବିବାର ପୁର୍ବାହ୍ନରେ ପଣ୍ଡିତ ସୁଦାମ ମିଶ୍ରଙ୍କ ସମେତ ପୂଜକ ମଧୁମଙ୍ଗଳ ମିଶ୍ର,ପଣ୍ତିତ ଗୋପାଳ ମିଶ୍ର,ସୁବଳ ମିଶ୍ର ପ୍ରମୁଖ ଅଭିଶେକ ସହ ହୋମଯଜ୍ଞ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ।

ପୁଜାକର୍ତ୍ତା ଭାବରେ ବିବେକା ମେହେର ସପନ୍ତିକ କାର୍ଯ୍ଯଭାର ନିର୍ବାହ କରିଥିଲେ। ଏହି ଅବସରରେ ଭକ୍ତ ମାନେ ଉତ୍ସବରେ ସାମିଲ ହୋଇ ପୁଜାର୍ଚ୍ଚନା ସହିତ ଆଶିର୍ବାଦ ଭିକ୍ଷା କାମନା କରିଥିଲେ। ସେହିପରି ଅଖଣ୍ତ ସମ୍ପୁର୍ଣ୍ଣ ରାମାୟଣ ପାଠ ଆୟୋଜିତ ହୋଇ ପଠନ ପର୍ବ ଆରମ୍ଭ କରାଯାଇଥିଲା।




