ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ତାଲିମ ଗୃହ ରେ କୃଷକ ଉତ୍ପାଦକ କମ୍ପାନୀ ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ତ୍ରିଦୀଵସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତକାର୍ଯ୍ୟକ୍ରମ ୧୦ ଗୋଟି କୃଷକ ଉତ୍ପାଦକ କମ୍ପାନୀ ବୁଢାସମ୍ବର, ବନସ୍ବତୀ, ସ୍ୱୟଂସିଦ୍ଧା, ମା ମଙ୍ଗଳା, ହରିଶଙ୍କର, ବଞ୍ଚାରେନ, ବଉଳା, ପାଟଣେଶ୍ୱରୀ, ବିମଲ ଓ ଗାନ୍ଧମାର୍ଦ୍ଦନ ର ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ l
ଏଥିରେ ନାବାର୍ଡ ବଲାଙ୍ଗୀର ର ଜିଲ୍ଲା ବିକାଶ ପ୍ରବନ୍ଧକ ବିବେକ କୁମାର ନାୟକ, ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝୀ, ତ୍ରିରଙ୍ଗା ଯୁବକ ସଂଘ ସମ୍ପାଦକ କୈଳାସ ସାହୁ ଉପସ୍ଥିତ ଥିଲେ l ତାଲିମଦାତା ଭାବେ ନନ୍ଦି କିଶୋର ଶାଣ୍ଢ ଯୋଗ ଦେଇ ଏଫପିଓ ର ବିକାଶ ଦିଗରେ ଆବଶ୍ୟକ ତଥ୍ୟ, ଜ୍ଞାନ, ବ୍ୟବସାୟ ଯୋଜନା ଉପରେ ତାଲିମ ପ୍ରଦାନ କରିଥିଲେ ।
ତାଲିମର ଅନ୍ତିମ ଦିବସରେ ସହକାରୀ ଉଦ୍ୟାନ ବିକାଶ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ କୃଷି ସହାୟକ ଗିରିଶ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଆଗାମୀ ଦିନରେ ଏଫପିଓ ମାନେ ଯେପରି ଅଧିକ ଲାଭାନ୍ୱିତ ହେବେ । ସେଉପରେ ଗୋଟିଏ ଏଫପିଓ ଗୋଟିଏ ଉତ୍ପାଦନ କୁ ଆପଣେଇ ବ୍ୟବସାୟ କୁ ଆଗକୁ ବଢ଼ାଇବାକୁ ପରାମର୍ଶ ଦେଇଥିଲେ l ଶେଷ ରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l