Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଦୃଷ୍ଟି ହୀନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ।

ଦୃଷ୍ଟି ହୀନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ।

ସମ୍ବଲପୁର – ସମ୍ବଲପୁର ଶିକ୍ଷା ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ଆନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ର, ବୁଢାରଜା ରେ ଷ୍ଟାର ପ୍ରୋଜେକ୍ଟ ତରଫ ରୁ ଲ୍ୟାପଟପ ପାଇଥିବା ଦଶ ଜଣ ଦୃଷ୍ଟିହୀନ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଏକ ତ୍ରିଦିବାସୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଏହାର ଉଦ୍ଘାଟନୀ ଉତ୍ସବ ରେ ଧନକଉଡ଼ା ବ୍ଲକ ର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଅନ୍ୟ ଅତିଥି ମାନେ ଥିଲେ ବୁଢାରଜା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁମିତା ପତ୍ରୀ, ସମ୍ବଲପୁର ଜିଲ୍ଲା ଆନ୍ତର୍ନିବେଶି ଶିକ୍ଷା ସଂଯୋଜକ ଅରୁଣ କୁମାର ଦାଶ, ବ୍ଲଜ ସମ୍ବଳ ଶିକ୍ଷକ ଅର୍ଣ୍ଣପୂର୍ଣ୍ଣା ଦାଶ, ପ୍ରଗତି ମିଶ୍ର, ସୁବ୍ରତ ଭୋଇ ଯୋଗ ଦେଇଥିଲେ।

ସାଇଟ ସେଭର ଓଡିଶା, ଅନୁଷ୍ଠାନ ତରଫରୁ ଲିପନ କୁମାର ଜାଲ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ।ଏହି ଶିବିର ରେ ସମ୍ବଲପୁର ର ଛ ଜଣ ଓ ବରଗଡ଼ ର ଚାରି ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି। ଏହା ସୂଚନା ଯୋଗ୍ୟ ଯେ ଏହି ସମସ୍ତେ ଲାପଟପ ରେ ଏକ ସ୍ୱତନ୍ତ୍ର ସ୍ପଫ୍ଟୱେର ଏନ. ଭି. ଡି. ଏ ଲୋଡ଼ କରାଯାଇଛି ଯାହା ଦୃଷ୍ଟି୍ବଧିତ ପିଲା ମାନେ ଅତି ସହଜ ରେ ବ୍ୟବହାର କରି ପାରିବେ ଓ ନିଜ ଶିକ୍ଷଣ ସ୍ତର କୁ ବଢ଼େଇ ପାରିବେ।

error: Content is protected !!