Saturday, April 12, 2025
spot_imgspot_imgspot_img
Homeଅଘଟଣଦୁର୍ବୁତ୍ତ ମାନଙ୍କ ଦ୍ବାରା ଅମାନୁଷିକ କର୍ମକାଣ୍ଡ ।

ଦୁର୍ବୁତ୍ତ ମାନଙ୍କ ଦ୍ବାରା ଅମାନୁଷିକ କର୍ମକାଣ୍ଡ ।

ବରପାଲି-ବରପାଲି ବ୍ଲକ ସୁଜିଆ ଗ୍ରାମ ଶେଷମୁଣ୍ଡରେ ଏକ ବର୍ବୋରଚିତ କାର୍ଯ୍ଯକଳାପ ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଗତ ଗୁରୁବାର ବିଳମ୍ବିତ ରାତ୍ର ସମୟରେ କେତେକ ଦୁର୍ବୁତ୍ତ ମାନଙ୍କ ଦ୍ବାରା ପାନିୟପାଣି ବ୍ଯବହାର୍ଯ୍ଯ କୂଅରେ ଅସନା ମଇଳା,ଖାଲି ପ୍ଲାଷ୍ଟିକ ବୋତଲ, ମଦପାଉଚ ଖୋଲା ପ୍ଲାଷ୍ଟିକ ଜରି ସହ ବିଭିନ୍ନ ଦୁର୍ଗନ୍ଧଯୁକ୍ତ ଅସନା ପଦାର୍ଥ ମାନ ଫୋପାଡି କୁଅର ପାଣିକୁ ଜାଣିଶୁଣି ଅସୁଦ୍ଧ କରି ଦେଇଛନ୍ତି। ଯାହାକି ଗାଁରେ ଏକ ଅଭାବନିୟ ଘଟଣା ସୃଷ୍ଟି ହେବା ସହିତ ଅଶାନ୍ତ ବାତାବରଣ ଚାରିଆଡେ ଖେଳିଯାଇଥିଲା।

ଶୁକ୍ରବାର ପୁର୍ବାହ୍ନରେ ଗାଁର ମହିଳାମାନେ କୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ପ୍ରଥମେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ଜଣାପଡିଲା ପରେ ଗାଁର ପୁରୁଷ ଓ ମହିଳା ମାନେ ସ୍ଥାନିୟ ପୋଲିସ ଥାନା ଓ ବ୍ଲକ କାର୍ଯ୍ଯାଳୟର ଦ୍ବାରସ୍ଥ ହୋଇ ଅଭିଯୋଗ ମାଧ୍ଯମରେ ଦାବୀ ଜଣାଇଥିଲେ।

error: Content is protected !!