Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଦୁର୍ବୀନ ସାହୁଙ୍କ ପରିବାର ଲୋକଙ୍କୁ ସହଯୋଗ ରାଶି ପ୍ରଦାନ କଲେ ରାଜବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନ୍...

ଦୁର୍ବୀନ ସାହୁଙ୍କ ପରିବାର ଲୋକଙ୍କୁ ସହଯୋଗ ରାଶି ପ୍ରଦାନ କଲେ ରାଜବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନ୍ ।

ବରଗଡ଼ – ଗତ ଜୁନ ୧୭ ତାରିଖ ସୋମବାର ଦିନ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସ୍ଥିତ ଗଣ୍ଡପାଲି ଠାରେ ଗ୍ରାମର ୪୭ ବର୍ଷିୟ ଜଣେ ଫଟୋ ଗ୍ରାଫର ଦୁର୍ବୀନ ସାହୁଙ୍କ ଅକାଳ ମୃତ୍ୟୁ ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳେଇ ଦେଇଥିଲା। ସ୍ୱର୍ଗତ ଦୁର୍ବୀନ ସା‌ହୁ ଜଣେ ମିଷ୍ଟଭାଷୀ, ପରୋପକାରୀ ଅମାୟିକ ବ୍ୟକ୍ତି ଥିବାବେଳେ,ସାରା ବିଜେପୁର ଅଞ୍ଚଳର ଜଣେ ସୁନାମଧନ୍ୟ ଫଟୋ ଗ୍ରାଫର ଭାବେ ବେଶ ପରିଚିତ ଥିଲେ।

ରାଜବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନ ର ଜଣେ ପ୍ରମୁଖ ସଦସ୍ୟ ଥିଲେ। ତାଙ୍କ ପଛରେ ବିଧବା ପତ୍ନୀ, ଏକମାତ୍ର ପୁଅ ତଥା ବୃଦ୍ଧା ମାଁ ବାପାଙ୍କୁ ସବୁଦିନ ପାଇଁ ଛାଡି ଆରପାରିକି ଚାଲି ଯାଇଛନ୍ତି।ତାଙ୍କ ଅକାଳ ବିୟୋଗରେ ରାଜ ବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଜି ସ୍ୱର୍ଗତ ସାହୁଙ୍କ ଶୁଦ୍ଧିକ୍ରୀୟା କାର୍ଯ୍ୟକ୍ରମରେ ଯୋଗଦାନ କରି ବାପ ଛେଉଣ୍ଡ ପାଞ୍ଚ ବର୍ଷର ପୁଅର ହସ୍ତରେ ଆସୋସିଏସନ୍ ପକ୍ଷରୁ ସାହାଯ୍ୟ ରାଶି ଭାବେ ସମୁଦାୟ ୧୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି।

ଏଇ ଅବସରରେ ରାଜବୋଡାସମ୍ବର ଫଟୋ ଗ୍ରାଫର ଆସୋସିଏସନର ଉପଦେଷ୍ଟା ଯଶୋବନ୍ତ ସିଂ ଙ୍କ ତତ୍ତ୍ଵାବଧାନରେ ସଭାପତି ମନୋଜ କୁମାର ମହାନ୍ତି, ସମ୍ପାଦକ ତ୍ରିବିକ୍ରମ ପ୍ରଧାନ, ସୁବାଷ ଚୋପଦାର, ନରେନ୍ଦ୍ର ମେହେର, ଜିତେନ୍ଦ୍ର ମେହେର ରୂପେଶ ସିଂ, ସୁନିଲ ବେହେରା, ଦେବାଶିଷ ଦାଶ ପ୍ରମୁଖ ସଦସ୍ୟ ଯୋଗଦାନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ତଥା ଆଶ୍ୱାସନା ପ୍ରଦାନ କରିଛନ୍ତି।

error: Content is protected !!