Saturday, November 23, 2024
spot_imgspot_imgspot_img
Homeଅଘଟଣଦୁର୍ଘଟଣାରେ ମୃତ୍ୟୁ ପରେ ଚକ୍ଷୁ ଦାନ କରି ଅମର ହୋଇଗଲେ ନେପାଳ ସାହୁ ।

ଦୁର୍ଘଟଣାରେ ମୃତ୍ୟୁ ପରେ ଚକ୍ଷୁ ଦାନ କରି ଅମର ହୋଇଗଲେ ନେପାଳ ସାହୁ ।

ପଦ୍ମପୁର-ସଂକଳ୍ପ ପରିବାର ରକ୍ତଦାନ ଶିବିର ରେ ନିୟମିତ ରକ୍ତଦାନ କରୁଥିବା ଆମର ଜଣେ ସକ୍ରିୟ ରକ୍ତଦାତା ସରେଇକେଲା ଗ୍ରାମର ୨୮ ବର୍ଷିୟ ନେପାଳ ସାହୁ ଆଜି ସକାଳେ ପଦ୍ମପୁର ଜଗଦଲପୁର ରାସ୍ତାରେ ମଟରସାଇକେଲ ଯୋଗେ ଯାଉଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ପାଇପ ବୋଝେଇ ପିକଅପ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଗୁରୁତର ଅବସ୍ଥାରେ ସେ ଆହତ ହୋଇଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନେଇଥିଲେ , ହେଲେ ଡାକ୍ତରଖାନା ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା l ବର୍ତ୍ତମାନ ତାଙ୍କ ପାର୍ଥିବ ଶରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ ରେ ରଖାଯାଇଛି l ତାଙ୍କର ଭାଇ ସତ୍ୟପାଳ ସାହୁଙ୍କ ଅନୁମତି କ୍ରମେ ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ, ଭୁବନେଶ୍ୱରର କାର୍ଯ୍ୟରତ କର୍ମଚାରୀ ସୁନୀଲ ସା ଚକ୍ଷ୍ୟୁ ଦାନ ପ୍ରକ୍ରିୟା ଶେଷ କରିଛନ୍ତି । ଜୀବିତ ଥିବା ସମୟରେ ନିୟମିତ ରକ୍ତଦାନ କରୁଥିବା ନେପାଳ ଭାଇ ମୃତ୍ୟପରେ ଚକ୍ଷ୍ୟୁଦାନ କରି ସମାଜକୁ ନିଆରା ବାର୍ତା ଦେଇଛନ୍ତି ନ । ଆଜି ତାଙ୍କ ପରିବାରର ମହତ ପଣିଆ ପାଇଁ ଦୁଇଜଣ ଚକ୍ଷୁ ହୀନ ବ୍ୟକ୍ତି ବ୍ୟକ୍ତି ନିଜର ଦୃଷ୍ଟିଶକ୍ତି ଫେରି ପାଇବେ ଓ ଏ ରଙ୍ଗୀନ ଦୁନିଆକୁ ଦେଖି ପାରିବେ । ନିଜେ ମୃତ୍ୟୁ ବରଣ କରିବା ମଧ୍ୟ ନିଜର ମହତ ପଣିଆ ପାଇଁ ସମାଜରେ ସବୁଦିନ ଜୀବିତ ହୋଇ ରହିବେ । ଆଜି ନେପାଳ ମରି ନାହାନ୍ତି ନେପାଳ ଭାଇ ସବୁଦିନ ପାଇଁ ଅମର ହୋଇଯାଇଛନ୍ତି ।

error: Content is protected !!