Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ବରପାଲି-ବରପାଲି ଅଶୋକ କ୍ଲବ ପକ୍ଷରୁ ୫୦ ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ କରାଯିବ। ଏହାକୁ ନେଇ ଆଜି କ୍ଲବ ପରିସରରେ ଏକ ବୈଠକ ପୂର୍ବତନ ସଭାପତି ସନ୍ତୋଷ ସାହୁଙ୍କ ଆବହକତ୍ବରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂପାଦକ ରତ୍ନାକର ସାହୁ ଗତବର୍ଷର ଆୟବ୍ୟୟ ସଂପର୍କିତ ବିବରଣୀ ପଠନ କରିଥିଲେ। ୫୦ ବର୍ଷରେ ଚଳିତ ବର୍ଷ ପଦାପର୍ଣ କରିଥିବାରୁ ପୂଜାକୁ କିଭଳି ସୁନ୍ଦର ଓ ଆକର୍ଷଣୀୟ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ପରେ ନୂତନ କମିଟି ଗଠନ କରାଯାଇଥିଲା। ଏଥିରେ ସର୍ବସମ୍ମତି କ୍ରମେ କିଶୋର ଦଫାଦାରଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା।

ସେହିପରି ବିଜନ ଦାଶ ଉପସଭାପତି, ରତ୍ନାକର ସାହୁ ସମ୍ପାଦକ, ପ୍ରବୀନ ରାଉତ ସହସମ୍ପାଦକ, ଦୀପକ ରାଉତ, ରାଜେଶ ସାହୁ ସାଂସ୍କୃତିକ ସଂପାଦକ, ବଣ୍ଟି ଦଫାଦାରଙ୍କୁ ଯୁଗ୍ମ ସଂପାଦକ ଭାବେ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀରେ ଦାମ୍ବୋଦର୍ ତ୍ରିପାଠୀ, ବିରେନ୍ଦ୍ର ସାହୁ, ଗିରିଧାରୀ ଅଗ୍ରୱାଲ, କୃଷ୍ଣପୀୟରି ଖଟୁଆ, ଆନନ୍ଦ ଦାଶ, ସାନନ୍ଦ ଦାଶ, ଗୋପାଳ ସାହୁ, ମହାଦେବ ରାଉତ, ଦିଗମ୍ବର ସାହୁ ପ୍ରମୁଖ ରହିଥିଲେ।

error: Content is protected !!