ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ୍ ଅନ୍ତର୍ଗତ ପାହାଡ଼ଶ୍ରୀଗିଡା ଲାଲ୍ ଡୋଲେଶ୍ୱେର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଳ କୁମାର ସେଟ୍ ଆର୍ଥିକ ଅନଗ୍ରସର ପରିବାର ରେ ପିତା କନ୍ଦର୍ପ ସେଟ୍ ଓ ମାତା ବିମଳା ସେଟ୍ ଙ୍କ ଔରସରୁ ୧୯୮୩ ମସିହା ମାର୍ଚ୍ଚ ୧୦ ତାରିଖ ରେ ପାହାଡ଼ଶ୍ରୀଗିଡ଼ା ଗ୍ରାମ ରେ ଏକ ଦିବ୍ୟାଙ୍ଗ ଶିଶୁ ରୂପେ ଜନ୍ମ ଗ୍ରହଣ କରିଥିଲେ । ଶାରୀରିକ ଅକ୍ଷମତା ଥିଲେ ମଧ୍ୟ ମନରେ କିନ୍ତୁ ଅକ୍ଷମତା ର ଟିକିଏ ମନୋଭାବ ନଥିଲା । ପରିବାର ରେ ଆର୍ଥିକ ଅଭାବ ଥାଇ ମଧ୍ୟ ସେ ନିଜ ଦୃଢ଼ ଇଚ୍ଛା ଶକ୍ତି ବିଶ୍ବାସ ଓ ମନୋବଳ ଯୋଗୁଁ ସେ ନିଜ ଗାଁ ରେ ପ୍ରଥମ ରୁ +୨ ପର୍ଯ୍ୟନ୍ତ ଶିକ୍ଷା ଲାଭ ଗ୍ରହଣ କରିଥିଲେ। ପରେ ୨୦୦୧ ମସିହା ରେ ଗଙ୍ଗାଧର ମେହର୍ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ବଲପୁର ରେ +୩ ରେ ନାମ ଲେଖାଇ ଥିଲେ । ନିଜେ ଘରୋଇ ଟିଉସନ୍ ପଢ଼ାଇ ନିଜ ଖର୍ଚ୍ଚ ପୂରଣ କରୁଥିଲେ ।
+୩ ଶେଷ ବର୍ଷ ପୂରଣ ନ ହେବା ପୂର୍ବରୁ ୨୦୦୩ ମସିହା ରେ ଭଟଲି ବ୍ଲକ୍ ଅନ୍ତର୍ଗତ କସରୁ ପ୍ରାଥମିକ ବିଦ୍ୟାଳୟ ରେ ସ୍ଵଚ୍ଛା ସେବୀ ଶିକ୍ଷା ସହାୟକ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ତିନି ବର୍ଷ ପରେ ୨୦୦୬ ମସିହା ର ନିଜ ଗାଁ ସ୍କୁଲ୍ କୁ ବଦଳି ହୋଇ ଫେରିଆସିଲେ ।ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ନିଜ ଗାଁ ସ୍କୁଲ୍ ରେ କାର୍ଯ୍ଯ କରି ଆସୁଛନ୍ତି। ତାଙ୍କର ଆର୍ଥିକ ଅଭାବ ଥାଇ ମଧ୍ୟ ସେ ପିଲାଙ୍କୁ ତଥା ନିଜ ଗାଁ ରେ ଲୋକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରି ଆସୁଛନ୍ତି। ସେ ମୁଖ୍ୟତଃ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ କାର୍ଯ୍ୟ କରିଥାନ୍ତି । ନିଜ ବିଦ୍ୟାଳୟ ର ହେଉ କି ଅନ୍ୟ ବିଦ୍ୟାଳୟ ହେଉ କିମ୍ବା ନିଜ ଗାଁ ରେ ଥିବା ଦିବ୍ୟାଙ୍ଗ ଲୋକ ମାନଙ୍କ ପାଇଁ ସେ ନିଜ ଖର୍ଚ୍ଚ ରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଆବେଦନ ଠାରୁ ପ୍ରମାଣ ପତ୍ର ପାଇବା ଠାରୁ ଭତ୍ତା ,ତିନି ଚକିଆ ସାଇକେଲ ଓ ଚାଉଳ ଇତ୍ୟାଦି ପାଇଁ ବା ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି ।
ଏହା ସହ ନିଜ ଅଞ୍ଚଳ ରେ ଥିବା ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ର ଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ଲାଭ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଶ୍ରୀ ସେଟ୍ ପୂର୍ବରୁ ବରଗଡ଼ ଜିଲ୍ଲାପାଳ ଙ୍କ ଠାରୁ ବେଷ୍ଟ ବି.ଏଲ୍.ଓ ପୁରସ୍କାର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବେଳେ ବର୍ତ୍ତମାନ ଭର୍ଚୁଆଲ ମାଧ୍ୟମ ରେ ଅଲ୍ ଇଣ୍ଡିଆ ଏଡୁକେଶନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି । ଆଗକୁ ମଧ୍ୟ ଦିବ୍ୟାଙ୍ଗ ମାନଙ୍କ ପାଇଁ ବହୁତ୍ କିଛି କାମ କରି ଆନନ୍ଦ ଲାଭ କରିବାର ଆଶା ରଖିଛନ୍ତି ।