ପଦ୍ମପୁର :ଖ୍ରୀଷ୍ଟିୟ ଉଦ୍ଯୋଗ ସମିତି ଦିପ୍ତିପୁର ଦ୍ବାରା ଆୟୋଜିତ ପାଶ୍ଚାତ୍ୟ ଉତ୍କଳ ଖ୍ରୀଷ୍ଟିୟ ଉଦ୍ଯୋଗ ସମିତି ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି।ଏହି ସମାରୋହରେ ପଶ୍ଚିମ ଓଡିଶାରୁ ସମସ୍ତ ଉଦଯୋଗ ସମିତିର ସଦସ୍ୟ,ସଦସ୍ୟା ଅଂଶ ଗ୍ରହଣ କରିଥିଲେ।ଉଦଘାଟନୀ ଉତ୍ସବ ସମାରୋହରେ ପ୍ରଥମେ ସ୍ଥାନୀୟ ଆଚାର୍ଯ୍ୟ ମରସିସୌରଭ କୁମାର ପ୍ରାର୍ଥନାସଭା ଆରମ୍ଭ କରି ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ବାରା ଦୀପପ୍ରଜ୍ବଳନ କରାଯାଇ ଉଦଘାଟନ କରାଯାଇଥିଲା। ସ୍ଥାନୀୟ ଉଦ୍ଯୋଗ ସମିତି ର ସଭାପତି ହିରନ କପୁର ନାଗଙ୍କ ସଭାପତିତ୍ବରେ ଆବାହକ ଯିତେନଦ୍ରୀୟ ଦୀପ ମଞ୍ଚ ପରିଚାଳନା କରିଥିବା ବେଲେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଧର୍ମାଞ୍ଚଳର ସଂପାଦକ ଶ୍ରୀ ସନ୍ଦୀପ କୁମାର ନାଗ୍,ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ଧର୍ମାଞ୍ଚଳର ଉପସଭାପତି ଇମାନୁଏଲ ଦାନି,କୋଷାଧ୍ୟକ୍ଷ ପ୍ରମୋଦ ବାରିକ,ରାଜ୍ୟ ସମିତି ସଂପାଦକ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ଦାଶ୍,ରାଜ୍ୟ ସମିତି ସଭାପତି ମହେନ୍ଦ୍ର କୁମାର ବାଗ୍,ପାଶ୍ଚାତ୍ୟ ଉତ୍କଳ ର ସଂପାଦକ ସୋମ୍ୟ ରଞ୍ଜନ ବାଗ୍,ପାଶ୍ଚାତ୍ୟ ଉତ୍କଳ ଉଦ୍ଯୋଗ ସମିତି ସଭାପତି ପ୍ରଭୁଦତ୍ତ ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଅନୁଷ୍ଠାନ ର ସଦସ୍ୟସଦସ୍ୟା ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା।ସ୍ଥାନୀୟ ଚର୍ଚ୍ଚରୁ ସମସ୍ତ ସଦସ୍ୟ ସଦସ୍ୟା ପ୍ରଥମେ ପାର୍ଥନା କରି କ୍ୟାଣ୍ଡେଲ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରି ସଭାସ୍ଥଳକୁ ଆସିଥିଲେ।ଆସନ୍ତା ତିନିଦିନ ଧରି ଏହି ଉତ୍ସବ ଚାଲିବ ବୋଲି ସ୍ଥାନୀୟ ଉଦ୍ଯୋଗ ସମିତିର ସଭାପତି ହିରନ କପୁର ନାଗ୍ କହିଛନ୍ତି।ଶେଷରେ ସ୍ଥାନୀୟ ଆଚାର୍ଯ୍ୟ ମରସି ସୌରଭ କୁମାର ନାଗ ଧନ୍ୟବାଦ ଦେଇଥିଲେ।