Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଥୁଆପାଲି ଧନୁଯାତ୍ରା ମହୋତ୍ସବ: ଧନୁଯାତ୍ରା ଆୟୋଜନ କରି ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର।

ଥୁଆପାଲି ଧନୁଯାତ୍ରା ମହୋତ୍ସବ: ଧନୁଯାତ୍ରା ଆୟୋଜନ କରି ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବର ଚାଲିଥିବା ନବମ ଦିବସରେ କଂସ ଦରବାରରେ ରଂଗସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଦେଶର ରାଜାମାନେ ଆସି ଯୋଗଦାନ କରି ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ। ଏଥିରେ ରଂଗ ସଭା ବିଫଳ ହୋଇଥିଲା। ରଂଗସଭା ବିଫଳତା ନେଇ ମହାରାଜ କଂସ ଚିନ୍ତିତ ଥିବା ବେଳେ ମହର୍ଷି ନାରଦ ପୁଣି ଧନୁଯାତ୍ରା ଆୟୋଜନ କରି ଶ୍ରୀକୃଷ୍ଣ ଓ ବଳରାମ ଧନୁଯାତ୍ରା ଦେଖିବାକୁ ଡକାଇ ମାରିବା ପାଇଁ ପରାମର୍ଶ ଦେଇଥିଲେ।

ଏହା ପରେ ଗୋପପୁରକୁ ଅକୁରଙ୍କୁ ପଠାଇ ଯୋଜନା କରିଥିଲେ। କଂସ କଂ ଚିଟାଉ ନେଇ ମଥୁରାନଗରୀରୁ ଗୋପପୁର ଗମନ କଲେ। କଂସ ମହାରାଜ ନିମନ୍ତ୍ରଣ କ୍ରମେ ଶିଶୁ କଳାକାର ଝରାପାଲି, ଚାରପାଲିର ରୋଜା ଭୋଇ, ଝିଲିମିଣ୍ଡାର ସଂଚିତା ମେହେର ନୃତ୍ୟ,ପରିବେଷଣ କରିଥିଲେ।ଏହି ସମୟରେ ବୈଦିକ ଇନ୍ଟରନ୍ୟାଶନାଲ ବିଦ୍ୟାଳୟ ବରଗଡର ଛାତ୍ରୀମାନେ ସଂବଲପୁରୀ ନାଟକ ଅଭିନବ ଉପାୟରେ ଗ୍ରୁପ୍ ଡାନ୍ସ ପରିବେଷଣ କରିଥିଲେ।

ବିଦ୍ୟାଳୟର ଡାନ୍ସ ଡାଇରେକ୍ଟର ଶିକ୍ଷକ ପ୍ରିତମ କୁମ୍ଭାର ଓ ବିଦ୍ୟାଳୟର ଜନ ସମ୍ପର୍କ ଅଧିକାରୀ ଗୋବିନ୍ଦ ପ୍ରଧାନ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଦର୍ଶକ ମାନଙ୍କୁ ବିମୋହିତ କରି ପ୍ରଶଂସା ଭାଜନ ହୋଇପାରିଥିଲେ। ଏହି ଅବସରରେ କଂସ ମହାରାଜ (ଶ୍ରୀମାନ ଗୋପାଳ ପଣ୍ଡା)ନୃତ୍ୟ ପରିବେଷଣ କରିଥିବା କଳାକାର ମାନଙ୍କର ଉଜ୍ଜଲ ଭବିଷ୍ୟତ କାମନା କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଧନୁଯାତ୍ରା ଉପଭୋଗ କରିଥିଲେ। ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ଅନିରୁଦ୍ଧ ସାହୁ, ଉପସଭାପତି ଜୀତେନ୍ଦ୍ର ପୋଢ ଓ ସଂପାଦକ ତ୍ରିଦିପ ସାହୁ ଓ ବିଭିନ୍ନ କମିଟି ସଦସ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

error: Content is protected !!