Wednesday, April 16, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଥୁଆପାଲି ଧନୁଯାତ୍ରା ମହୋତ୍ସବ: ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ ଗୋପାଳ ପଣ୍ଡା ।

ଥୁଆପାଲି ଧନୁଯାତ୍ରା ମହୋତ୍ସବ: ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ ଗୋପାଳ ପଣ୍ଡା ।

ଅତାବିରା(ସୁରେନ୍ଦ୍ର କଠାର)- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଧନୁଯାତ୍ରା ମହୋତ୍ସବର ମହାରାଜ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୋନପୁର ଜିଲ୍ଲା ଅନ୍ତର୍ଡା ଗ୍ରାମର ଶ୍ରୀ ଗୋପାଳ ପଣ୍ଡାଙ୍କୁ କମିଟି ତରଫରୁ ବରଣ କରାଯାଇଛି। ଧନୁଯାତ୍ରା କମିଟି ପକ୍ଷରୁ ସଭାପତି ଅନିରୁଦ୍ଧ ସାହୁ, ଉପସଭାପତି ଜୀତେନ୍ଦ୍ର ପୋଢ, କମିଟି ସଦସ୍ୟ ଓ ଗ୍ରାମବାସୀ ମହାରାଜ ଗୋପାଳ ପଣ୍ଡା ଘରକୁ ଯାଇ ଯଥା ରିତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପୁଷ୍ପମାଲ୍ଯ, ଅଂଗବସ୍ତ୍ର ପ୍ରଦାନ କରିଥିଲେ । ଏହାର ପରେ କଂସ ମହାରାଜ ଆତିଥ୍ଯ ପ୍ରଦାନ କରିଥିଲେ ଓ ସମସ୍ତ କମିଟି ସଦସ୍ୟ ଗ୍ରାମବାସୀ ମାନଙ୍କୁ ସମ୍ମାନିତ କରି ଥୁଆପାଲି ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ।

error: Content is protected !!