Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିତ୍ରିଦିବସୀୟ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଉଦଘାଟିତ ।

ତ୍ରିଦିବସୀୟ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଉଦଘାଟିତ ।

ପଦ୍ମପୁର-ପରିବର୍ତ୍ତିତ ଯୁଗ ତଥା ଭବିଷ୍ୟତର ଆହ୍ବାନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ଗତବର୍ଷ ଠାରୁ ଆରମ୍ଭ ହେଇଥିବା ଅଭିଳଷୀତ ପାଠ୍ୟକ୍ରମର ବିଭିନ୍ନ କ୍ଲବ ମଧ୍ୟରୁ ଜିଜ୍ଞାସା ଅନ୍ୟତମ, ଯାହାକି ହାଇସ୍କୁଲସ୍ତରୀୟ ଛାତ୍ରଛାତ୍ରୀଙ୍କ ଠାରେ ବିଜ୍ଞାନଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ତଥା ଅଭିରୁଚି ସୃଷ୍ଟି କରିବା ଲକ୍ଷ୍ୟରେ ତିଆରି ହେଇଥିବା ପାଠ୍ୟକ୍ରମ।

ଆଜିଠାରୁ ସମଗ୍ର ବରଗଡ ଜିଲ୍ଲାର ବିଭିନ୍ନ ସ୍କୁଲରେ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଜମଲା ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେଉଦଘାଟିତ ହୋଇଯାଇଅଛି। ଶିକ୍ଷକ ଶ୍ରୀ ସୁଶୀଲ କୁମାର ବରିହା ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ସାଧନକର୍ମୀ ଶ୍ରୀ ମାନସ ଶତପଥୀ ଓ ଶ୍ରୀ ମୋହନ ରଣା ଏହି ଶିବିରରେ ତିନିଦିନ ଧରି ପ୍ରଶିକ୍ଷଣ ଦେବେ।

ସଭା ଆରମ୍ଭରୁ ମା ସରସ୍ଵତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରାଯାଇଥିଲା ଓ ସ୍କୁଲ ଛାତ୍ରୀମାନେ ସ୍ବାଗତ ସଙ୍ଗୀତଗାନ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟଯେ ଏହି ପ୍ରଶିକ୍ଷଣରେ ରାଜବୋଡାସମ୍ବର ବ୍ଲକ୍ ଓ ଗାଇସିଲେଟ ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଛନ୍ତି ।

error: Content is protected !!