Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିତ୍ରିଦିବସୀୟ ବ୍ଲକସ୍ତରୀୟ କୌଶଳୀ ପ୍ରଶିକ୍ଷଣ ଉଦଘାଟିତ ।

ତ୍ରିଦିବସୀୟ ବ୍ଲକସ୍ତରୀୟ କୌଶଳୀ ପ୍ରଶିକ୍ଷଣ ଉଦଘାଟିତ ।

ପଦ୍ମପୁର-ବର୍ତ୍ତମାନର କମ୍ପ୍ୟୁଟର ଓ ଇଣ୍ଟରନେଟ ଯୁଗ ସହତାଳ ମିଳାଇ ଭବିଷ୍ୟତର ଆହ୍ବାନକୁ ସମ୍ମୁଖୀନ ହେବା ଲକ୍ଷ୍ୟ ନେଇ ନୂତନ ଭାବରେ ହାଇସ୍କୁଲ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ରେ ଅନ୍ତର୍ଭୁକ୍ତ କୌଶଳୀ ପାଠ୍ୟକ୍ରମ ସମ୍ପର୍କିତ ପ୍ରଶିକ୍ଷଣ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି।

ଏହି ସଭାରେ ପାଇକମାଲ୍ ବ୍ଲକ୍ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ମୂଖ୍ୟଅତିଥି ରୂପେ ଯୋଗଦେଇ ପ୍ରଶିକ୍ଷଣ ନେଉଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କୌଶଳୀ ପ୍ରଶିକ୍ଷଣର ଆଭିମୂଖ୍ୟ ସଂପର୍କରେ ସୂଚନା ଦେଇ ଛାତ୍ର ଛାତ୍ରୀଙ୍କୁ ଏଥିରେ ଜଡିତ କରିବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ସାଧନ କର୍ମୀ ଶ୍ରୀ କେଶବ ଚନ୍ଦ୍ର ମେହେର, ଶ୍ରୀ ବିକାଶ ରଣା ଉପସ୍ଥିତ ଥିଲେ।

ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଶତପଥୀ ସମଗ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ସଭା ଆରମ୍ଭରୁ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରାଯାଇଥିଲା ଓ ସ୍କୁଲ ଛାତ୍ରୀମାନେ ସ୍ବାଗତ ସଙ୍ଗୀତଗାନ କରିଥିଲେ।

error: Content is protected !!