Sunday, March 8, 2026
Homeରାଜ୍ୟତ୍ରିଦିବସୀୟ ପ୍ରଗତି ତାଲିମ୍ ଶିବିର ଉଦଯାପିତ ।

ତ୍ରିଦିବସୀୟ ପ୍ରଗତି ତାଲିମ୍ ଶିବିର ଉଦଯାପିତ ।

ପଦ୍ମପୁର – ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ ତ୍ରିଦିବସୀୟ ପ୍ରଗତି ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ମୁଖ୍ୟତଃ ପ୍ରଧାନ ଶିକ୍ଷକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା । ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଏ.ବି.ଇ.ଓ ଶ୍ରୀ ଶିବପ୍ରସାଦ ଯୋଶୀ, ଶ୍ରୀ ରାମସିଂ ଭୋଇ, ଶ୍ରୀ ବିଶି କେଶନ ଶତପଥୀ ଓ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ତରଣୀସେନ ସାହୁ ଉପସ୍ଥିତଥିଲେ।

ଡି.ଆଇ.ଇ.ଟି ବରଗଡ଼ ଆନୁକୁଲ୍ୟରେ ଆୟୋଜିତ ଏହି ଗୁଣାତ୍ମକ ଶିକ୍ଷାର ବିକାଶ ଦକ୍ଷତା ତଥା ନେତୃତ୍ୱ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଥିବା ଏହି ପ୍ରଶିକ୍ଷଣରେ ୪୦ ଜଣ ପ୍ରଧାନଶିକ୍ଷକଙ୍କ ସହ ତିନିଜଣ ଏ.ବି.ଇ.ଓ ଏହି ଶିବିରରେ ଯୋଗ ଦେଇ ତିନିଦିନ ଧରି ପ୍ରଶିକ୍ଷଣ ନେଇଥିଲେ। ସାଧନକର୍ମୀ ଭାବରେ ଶ୍ରୀ ଦଶରଥ ବଡ଼ଗୁଛିଆ, ଶ୍ରୀ ଶେଷଦେବ ସାହୁ ଓ ଶ୍ରୀ ଭ୍ରମର ପଧାନ ଯୋଗ ଦେଇଥିଲେ ଓ ସୂଚାରୁ ରୂପେ ବିଭିନ୍ନ ଅଧିବେଶନ ଗୁଡ଼ିକ ସମାପନ କରିଥିଲେ। ପରିଶେଷରେ ଶ୍ରୀ ବିରଞ୍ଚି ବିଭାର ଧନ୍ୟବାଦ୍ ଅର୍ପଣ କରିଥିଲେ। ଫୁଲମତିପୁର ସି.ଆର୍.ସି.ସି ଶ୍ରୀ ହେମନ୍ତ ଛୁରା ବୈଷୟିକ ସହଯୋଗ କରିଥିଲେ।

error: Content is protected !!