ପଦ୍ମପୁର- ଡି.ଆଇ.ଇ.ଟି ବରଗଡ଼ ଆନୁକୁଲ୍ୟରେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ ତ୍ରିଦିବସୀୟ ପ୍ରଗତି ପ୍ରଶିକ୍ଷଣ ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ପଦମପୁର ପରିସରରେ ଉଦଘାଟିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ମୁଖ୍ୟତଃ ପ୍ରଧାନ ଶିକ୍ଷକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ। ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଏ.ବି.ଇ.ଓ ଶ୍ରୀ ଶିବପ୍ରସାଦ ଯୋଶୀ, ଶ୍ରୀ ରାମସିଂ ଭୋଇ, ଶ୍ରୀ ବିଶିକେଶନ ଶତପଥୀ ଓ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ତରଣୀସେନ ସାହୁ ଉପସ୍ଥିତ ଥିଲେ।
ଗୁଣାତ୍ମକ ଶିକ୍ଷାର ବିକାଶ ଦକ୍ଷତା ତଥା ନେତୃତ୍ୱ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଶିକ୍ଷଣ ସମ୍ବନ୍ଧରେ ଏ.ବି.ଇ.ଓ ଶ୍ରୀ ଯୋଶୀ, ଶ୍ରୀ ଭୋଇ ଓ ଶ୍ରୀ ଶତପଥୀ ସୂଚନା ପ୍ରଦାନ ପୂର୍ବକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସାଧନ କର୍ମୀ ଭାବରେ ଶ୍ରୀ ଦଶରଥ ବଡ଼ଗୁଛିଆ, ଶ୍ରୀ ଶେଷଦେବ ସାହୁ ଓ ଶ୍ରୀ ଭ୍ରମର ପଧାନ ଯୋଗ ଦେଇଥିଲେ ଓ ସେମାନେ ଏହି ଶିବିରରେ ତିନି ଦିନ ଧରି ପ୍ରଶିକ୍ଷଣ ଦେବେ। ଏହି ଶିବିରରେ ସମୁଦାୟ ୪୦ ଜଣ ପ୍ରଧାନ ଶିକ୍ଷକ ଓ ୩ ଜଣ ଏ.ବି.ଇ.ଓ ଯୋଗଦାନ କରିଛନ୍ତି। ଶ୍ରୀ ବିରଞ୍ଚି ବିଭାର ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଫୁଲମତିପୁର ସି.ଆର୍.ସି.ସି ଶ୍ରୀ ହେମନ୍ତ ଛୁରା ବୈଷୟିକ ସହଯୋଗ କରିଥିଲେ।