Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦଯାପିତ ।

ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦଯାପିତ ।

ପଦ୍ମପୁର-ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରାଜବୋଡ଼ାସମ୍ବର୍ ଏବଂ ଗାଇସିଲେଟ ବ୍ଲକର ଗଣିତ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ଉଦଘାଟିତ କରିଥିବା ବେଳେ ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଚୁଡ଼ାମଣି ବାରିକ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ।

ଏହି ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ସାଧନକର୍ମୀ ଶ୍ରୀ କେଶବ ଚନ୍ଦ୍ର ମେହେର ଓ ଶ୍ରୀ ବିକାଶ ଚନ୍ଦ୍ର ରଣା ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ଶିକ୍ଷକ ଶ୍ରୀ ମାନସରଞ୍ଜନ ଶତପଥୀ ସଂଯୋଜନା କରିଥିଲେ। ସାଧନକର୍ମୀଦ୍ୱୟ କ୍ରିୟାକଳାପ ମାଧ୍ୟମରେ ଏହି ଆକାଂକ୍ଷୀ ପାଠ୍ୟକ୍ରମ ଅର୍ନ୍ତଭୁକ୍ତ କୌଶଳୀ ପ୍ରଶିକ୍ଷଣକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କମ୍ପ୍ୟୁଟର ଓ ଇଣ୍ଟରନେଟ ଯୁଗରେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତର ଆହ୍ବାନକୁ ସହଜରେ ସମ୍ମୁଖୀନ ହୋଇପାରିବେ।

error: Content is protected !!