Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିତ୍ରିଦିବସୀୟ ଅଭିମୁଖିକରଣ ପ୍ରଶିକ୍ଷଣ ଶିବିର ଉଦଘାଟିତ ।

ତ୍ରିଦିବସୀୟ ଅଭିମୁଖିକରଣ ପ୍ରଶିକ୍ଷଣ ଶିବିର ଉଦଘାଟିତ ।

ପଦ୍ମପୁର- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମି ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟର ସହଯୋଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ଯୋଗଦାନ କରିଥିବା ଜୁନିଅର ଆସିଷ୍ଟାଣ୍ଟ ମାନଙ୍କର ତ୍ରିଦିବସୀୟ ଅଭୀମୁଖିକରଣ ପ୍ରଶିକ୍ଷଣ କୋର୍ସ କୋଅର୍ଡିନେଟର ତଥା ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଅଛି।

ଏହି ସଭାରେ ଝାରବନ୍ଧ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଶୁଭମ୍ କୁମାର ପତି ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଏ.ବି.ଇ.ଓ ଶ୍ରୀ ଜୟକୁମାର ସାହୁ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ପେନସନ ରୁଲ୍, ସର୍ଭିସ୍ ରୁଲ୍ ଓ ଏନ୍. ପି .ଏସ୍ ସମ୍ୱନ୍ଧରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ୪୦ ଜଣ ଜୁନିଅର ଆସିଷ୍ଟାଣ୍ଟ ଯୋଗଦେଇଛନ୍ତି ଓ ଏହି ଜୁନିଅର ଆସିଷ୍ଟାଣ୍ଟ ମାନେ ତିନିଦିନ ଧରି ଭାର୍ଚୁଏଲ ମୋଡରେ ପ୍ରଶିକ୍ଷଣ ନେବେ।

error: Content is protected !!