ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିମହଦା ଗ୍ରାମରେ ବକୁଳ ଅମାବାସ୍ୟା ବା ବଉଳ ଯାତ୍ରା ଉଦଯାପିତ ହୋଇଯାଇଛି। ଏହି ଅବସରରେ ସୋମବାର ସକାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଅଷ୍ଟ ପ୍ରହରୀ ନାମ ଯଜ୍ଞ ର ଅଧିବାସ ଆରମ୍ଭ ହୋଇଥିଲା। ଏଥିରେ ଆଖପାଖ ଅଞ୍ଚଳର ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଥିଲେ। ମଙ୍ଗଳବାର ପୂର୍ଣ୍ଣାହୁତି ଓ ନଗର ପରିକ୍ରମା କରିବା ସହ ସନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା।
ଏଥିରେ ପାରାୟଣ ଗାୟିକା ଇତିଶ୍ରୀ ଦାସ ସୁନ୍ଦର ଭାବରେ ପାରାୟଣ ପଠନର ସମାପ୍ତ କରିଥିଲେ | ପିତାବଲି ପୀଠରେ ପଞ୍ଚାନନ ଦେହୁରୀ ଓ ଅଷ୍ଟପ୍ରହରୀ ଯଜ୍ଞରେ ନବୀନ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ହରେଶ ମିଶ୍ର ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ।ଏହି ଅବସରରେ ବହୁ ଦୁରଦୁରାନ୍ତରୁ ଶତାଧିକ ଜନସାଧାରଣ ସାମିଲ ହୋଇଥିବା ଦେଖିବାକୁ ମିଲିଥିଲା।ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା |