ପଦ୍ମପୁର-ପୁଣି ତେଜିଲା ପଦ୍ମପୁର ଜିଲ୍ଲା ଦାବି ।ଜାଳିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ମାନ୍ୟବର ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଙ୍କ କୁଶପୁତ୍ତଳିକା । ପଦ୍ମପୁର କୁ ସ୍ଵତନ୍ତ୍ର ଜିଲ୍ଲା ଗଠନ ଦାବିରେ ପଦ୍ମପୁର ଅଞ୍ଚଳରେ ଦାବି ହେଇ ଆସୁଛି। ପଦ୍ମପୁର ଉପନିର୍ବାଚନ ସମୟରେ ବିଜୁ ଜନତା ଦଳ ର ପ୍ରାଥୀ ଜିତିଲେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଜିଲ୍ଲା ପାଇଁ ଘୋଷାଣା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଜିତିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଧନ୍ୟବାଦ ସଭାରେ ୩୧ ଡିସେମ୍ବର ୨୦୨୩ ସୁଦ୍ଧା ଘୋଷଣା ହେବ ବୋଲି ପୁଣି ପ୍ରତିଶ୍ରୁତି ଦେଲେ , ହେଲେ ସମୟ ବିତିଗଲା ପଦ୍ମପୁର ଜିଲ୍ଲା ଘୋଷଣା ହେଲାନାହିଁ ।
ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଗଲା। ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ଦାବୀ ଆନ୍ଦୋଳନ ଧିମେଇ ଯାଇଥିଲା। ହେଲେ ମାନ୍ୟବର ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଟିଟିଲାଗଡ଼ ଠାରେ ଏକ ନିର୍ବାଚନୀ ସଭାରେ ପଦ୍ମପୁର ଜିଲ୍ଲା ଉପରେ ଏକ ମନ୍ତବ୍ୟ ଏବେ ପଦ୍ମପୁର ଜିଲ୍ଲା କୁ ପୁନଃଜୀବିତ କରି ଦେଇଛି। ମାନ୍ୟବର ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ତାଙ୍କ ବକ୍ତବ୍ୟରେ କହିଛନ୍ତି କି ପଦ୍ମପୁର ଜିଲ୍ଲା ଗଠନ ହୋଇଥିଲେ ମୁଁ ପ୍ରଥମେ ଇସ୍ତଫା ଦେଇଥାନ୍ତେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ତାହା ହେବାକୁ ଦେଲେନି। ଏହି ମନ୍ତବ୍ୟ କୁ ନେଇ ପଦ୍ମପୁର ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଭେଉଁରିଆ ଛକ ଠାରେ ହଜାର ହଜାର ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ମାନ୍ୟବର ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିରୋଧ କରିଛନ୍ତି।