Saturday, March 7, 2026
Homeରାଜ୍ୟତୃଟିହୀନ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ତୃଟିହୀନ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ବରଗଡ଼-ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋଏଲଙ୍କ ନେତୃତ୍ୱରେ ବରଗଡ଼ ଲୋକସଭା ଏବଂ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଓ ଭଟଲି ବିଧାନସଭା ଆସନ ପାଇଁ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ, ତୃଟିହୀନ ଏବଂ ନିରପେକ୍ଷ ଭାବେ କରିବା ପାଇଁ ଆଜି ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସମସ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀ ଏବଂ ସହଯୋଗୀ ଅଧିକାରୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା I ଜିଲ୍ଲାପାଳ ତଥା ବରଗଡ଼ ଲୋକସଭା ରିଟର୍ଣ୍ଣିଙ୍ଗ ଅଧିକାରୀ ଶ୍ରୀ ଆଦିତ୍ୟ ଗୋଏଲ ଏବଂ ଅନ୍ୟ ପାଞ୍ଚଟି ବିଧାନସଭାର ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ଶ୍ରୀମତୀ ମଧୁଛନ୍ଦା ସାହୁ, ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୁଷଣ ଓ ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଶିବିରରେ ଉପସ୍ଥିତ ଥିଲେ I ଉକ୍ତ ଏକଦିବସୀୟ ପ୍ରଶିକ୍ଷଣ ଶିବିରରେ ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୁଷଣ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ପ୍ରଜ୍ଞାନନ୍ଦ ଗିରି ଏବଂ ଏଚଆରଏମଏସ ଜିଲ୍ଲା ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀ ମାଷ୍ଟର ଟ୍ରେନର ଭାବେ ନାମାଙ୍କନ ଓ ପ୍ରାର୍ଥୀପତ୍ରର ସଠିକ ଯାଞ୍ଚ ପ୍ରକ୍ରିୟା, ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ପ୍ରତୀକ ବଣ୍ଟନ ପ୍ରକ୍ରିୟା, ଡାକ ବାଲାଟ, ଭୋଟର ସୁବିଧା କେନ୍ଦ୍ରର ସୁପରିଚାଳନା ଏବଂ ଇଭିଏମ / ଇଏମଏସ ପରିଚାଳନା ଭଳି ଗୁରୁତ୍ୱପୂର୍ଣ ବିଷୟରେ ତାଲିମ ପ୍ରଦାନ କରିଥିଲେ I

error: Content is protected !!