ବରପାଲି-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ତୁଲଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ବୁଧବାର ଦିନ ଉଦଯାପିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଚିତ୍ତରଞ୍ଜନ ନାଏକ ଏହାକୁ ଉଦଘାଟନ କରିଥିଲେ। ଏହାପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ଚାରିଟି ବର୍ଗରେ ମୋଟ ଅଠେଇଶିଟି ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତା ଗୁଡିକୁ ଶିକ୍ଷକ ଶୁକଦେବ ପାତ୍ର ଓ ସୁଜିତ ପଟେଲ ପରିଚାଳନା କରିଥିଲେ। ଅପରାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ତୁଲଣ୍ଡି ସରପଞ୍ଚ ମାନସ ରଞ୍ଜନ ବଢ଼ାଇ ମୁଖ୍ୟ ଅତିଥି ଏବଂ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଜୁନିଅର ବାଳକ ବିଭାଗରେ ପ୍ରିୟାଂଶୁ ଭୋଇ, ଜୁନିଅର ବାଳିକା ବିଭାଗରେ ସୁରଭି ବେହେରା, ସିନିଅର ବାଳକ ବିଭାଗରେ ଅଙ୍କୁଶ ନାଏକ ଏବଂ ସିନିଅର ବାଳିକା ବିଭାଗରେ ମନୀଷା ସାହୁ ଚମ୍ପିୟାନ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରପାଲି ବ୍ଲକ ସମଗ୍ର ଶିକ୍ଷା ଏକାଉଣ୍ଟାଣ୍ଟ ଶାନ୍ତନୁ ଶତପଥୀ, ଶାନ୍ତନୁ ମେହେର, ଭୁବନ ମହାପାତ୍ର ବିଦ୍ୟାଳୟ ର ଚେୟାରମେନ ଚିତ୍ତରଞ୍ଜନ ନାଏକ, ରଘୁନାଥ ଷଡ଼ଙ୍ଗୀ ଏବଂ ଉତ୍ତମ ଦେହୁରୀ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ।
ଶିକ୍ଷକ ସୁଜିତ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ଶୁକଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ସାହୁ, କିଶୋର ସାହୁ, ବାବୁଲୁ ରାଉତ, ଯୋଗେଶ୍ୱର ସାହୁ, ଅର୍ଜୁନ ନାଏକ, ସୁବ୍ରତ ନାଏକ ତଥା ରମେଶ୍ୱରୀ ଚିରଗୁଣ, ସବିତା ପଟେଲ, ଦମୟନ୍ତୀ ସାହୁ, ମୈଥିଲି ଥପା, ଅଞ୍ଜଳି ହାତୀ, ଅହଲ୍ୟା ପଧାନ ପ୍ରମୁଖ ସହଯୋଗ କରିଥିଲେ।