ପଦ୍ମପୁର – ପଦ୍ମପୁର ପୋଲିସକୁ ବଡ ସଫଲତା , ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଚୋରଙ୍କୁ ଧରିବା ସହ ଚୋରି ସାମଗ୍ରୀ ଜବତ କଲା ପୋଲିସ । ପଦ୍ମପୁର ଥାନା ଅନ୍ତର୍ଗତ ଜମଲା ଗାଁ ର ଚଞ୍ଚଲ ମେହେର ଓ ତାଙ୍କ ପରିବାର ଲୋକ ନୃସିଂହନାଥ ବୁଲି ଯାଇଥିବା ସମୟରେ ତାଙ୍କ ଘରୁ ୩୯୦ ଗ୍ରାମ ସୁନା ଗହଣା ସହ ନଗଦ ୪୦,୦୦୦ ଟଙ୍କା ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପଦ୍ମପୁର ପୋଲିସ ଗୋଟିଏ ଟିମ ଗଠନ କରି ଖୋଜିବା ଆରମ୍ଭ କରିଥିଲେ ।


ଅଭିଯୁକ୍ତ ମାନେ ବରପାଲି ଅଂଚଳରୁ ତାମିଲନାଡୁ ଫେରାର ହେବା ସମୟରେ ପୋଲିସ କାବୁ କରିଥିଲା । ସେମାନଙ୍କ ଠାରୁ ପୋଲିସ ୩୯୦ ଗ୍ରାମ ଓଜନର ସୁନା ଗହଣା ଯାହାର ଆନୁମାନିକ ମୂଲ୍ୟ ତିରିଶ ଲକ୍ଷ ଟଙ୍କା ହେବ ଏବଂ ନଗଦ ତିରିଶ ହଜାର ଟଙ୍କା ଜବତ କରିଥିଲେ । ଏହି ଚୋରିରେ ଦୁଇ ଜଣ ଯୁବକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛି ।



