Saturday, March 7, 2026
Homeରାଜ୍ୟତିବ୍ରତର ହେଉଛି ଚାଷୀ ଆନ୍ଦୋଳନ।

ତିବ୍ରତର ହେଉଛି ଚାଷୀ ଆନ୍ଦୋଳନ।

ବରଗଡ଼-ବରଗଡ଼ ଜିଲାରେ କୃଷକ ମାନଙ୍କ ଅସନ୍ତୋଷ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଭେଡେନ ବ୍ଲକ କୃଷକ ସଂଗଠନ ସଦସ୍ୟ ମାନେ ୨୨ ମାର୍ଚ୍ଚ ରୁ ତହସିଲ ଅଫିସ ରେ ତାଲା ବନ୍ଦ କରି ଧାରଣା ରେ ବସିଛନ୍ତି। ଆଜି ଶହ ଶହ ଚାଷୀ ଆସି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଶାସନ ପ୍ରଶାସନ କୁ କଟୁ ସମାଲୋଚନା କରୁଥିବା ବେଳେ ଜାଣିବାକୁ ପାଇଲେ ଯେ ତହସିଲଦାର ଆର ଆଇ ଅଫିସରେ କାର୍ଯ୍ୟକରୁଛନ୍ତି। ତୁରନ୍ତ କୃଷକ ମାନଙ୍କ ମଧ୍ୟରେ ଉତେଜିତ ହୋଇ ଆଇ ଆଇ ଏବଂ କୃଷି ସମ୍ବନ୍ଧିତ ବ୍ଲକ କୃଷି କାର୍ଯ୍ୟାଳୟ କୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ତାଲା ଦେଇ ବନ୍ଦ କରିଛନ୍ତି । ଫସଲ ବୀମା ଏବଂ ଇନପୁଟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ବଳବତ୍ତ ରଖିବା ପାଇଁ ନିଆଯାଇଛି। ଅପର ପକ୍ଷରେ ଭେଡେନ ଅଞ୍ଚଳରେ ଆନ୍ଦୋଳନ ପ୍ରସଙ୍ଗରେ ପ୍ରଶାସନ ର ନୀରବତାକୁ ଅଞ୍ଚଳ ବାସୀ କଟୁ ସମାଲୋଚନା କରୁଥିବା ଶୁଣିବାକୁ ମିଳୁଛି ଏବଂ ଆନ୍ଦୋଳନ ରେ ପ୍ରଭାବିତ କୃଷକ ମାନେ ଆପେ ଆପେ ଯୋଗ ହେଉଥିବା ଦେଖିବାକୁ ମିଳୁଛି। ଅଂଚଳର ବିଭିନ୍ନ ଗ୍ରାମ ର ଶହ ଶହ କୃଷକ ମାନେ ଯୋଗ ଦେଇଥିବା ବେଳେ ଉତ୍ପନ୍ନ କୁମାର ଭୋଇ,ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ଗଣେଶ ବିଶି, ସମ୍ପୂଣ୍ଣ ମାଝୀ, ଜୁମେଶ ବେହେରା, ଦେବୀପ୍ରସାଦ ମିଶ୍ର, ବୃନ୍ଦାବନ ସାହୁ, ମିଥୁନ ଡାଙ୍ଗ, କୁନା ପଧାନ,ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ।

error: Content is protected !!