ପଦ୍ମପୁର – ପାଇକମାଲ ଥାନା ଅନ୍ତର୍ଗତ ପୁରେନା,ଭୂବନେଶ୍ୱରପୁର ଓ କାଂସଡା ଏୟାରଟେଲ ଟାୱାରରୁ ଗତ ୧୪ ତାରିଖ ରାତିରେ ଚୋରି ହୋଇଥିବା ପାଇକମାଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅଧାରରେ ପାଇକମାଲ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଚୋରି କରିଥିବା ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୨ ମିଟର କେବୁଲ ତାର ଓ ଗୋଟିଏ ମୋଟର ସାଇକେଲ ଜବତ କରିଥିଲା ।

ଅଭିଯୁକ୍ତ ମାନେ ହେଲେ ପାଇକମାଲ ଥାନା ଅନ୍ତର୍ଗତ ଫ୍ରେଜରପୁରର ହମିତ ତାଣ୍ଡି,ମାହାରପଡାର ଶିବ ବାଗ ଓ ରାମ ମିର୍ଦ୍ଦାକୁ ପାଇକମାଲ ଥାନା କେଶ ନମ୍ବର ୧୭୧ ଆଧାରରେ କୋର୍ଟ ଚାଲାଣ କରିଥିବା ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।



