ବରଗଡ଼-ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ର ଅଙ୍କୁଶ ଜଗଦଲା ବୟସ ମାତ୍ର ୧୭ବର୍ଷ ବାପା ନାରାୟଣ ଜଗଦଲା ଅଙ୍କୁଶ ଯୁକ୍ତଦୁଇ ରେ ପାଠ ପଢନ୍ତି। ଦିପାବଳୀ ଦିନ ଫଟକାରେ ତାଙ୍କ ହାତରେ ଗୁରୁତର ଆଘାତ ହୋଇଥିଲା ବର୍ତ୍ତମାନ ସେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଅତ୍ୟନ୍ତ ଗରୀବ ହୋଇଥିବାରୁ ଆର୍ଥିକ ସ୍ଥିତି ବହୁତ ଖରାପ ଥିବା ଖବର ପାଇଥିଲା ନିଷ୍ଠା ପରିବାର। ସେହିପରି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଥୁଆପାଲି ଗ୍ରାମର ଶୁକ୍ରୁ ଭୁଏ ପେଶାରେ ଜଣେ ଖବର କାଗଜ ବିତରକ ।
ଗୋଟିଏ ଦୁର୍ଘଟଣାରେ ଆଘାତ ହୋଇ ବର୍ତ୍ତମାନ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ତାଙ୍କୁ କିଛି ଆର୍ଥିକ ସହଯୋଗ ପାଇଁ ତାଙ୍କ ପତ୍ନୀ ଓ ପରିବାର ବର୍ଗ ଅନୁରୋଧ କରିଥିବା ଖବର କାଗଜରେ ଦେଖିବାକୁ ପାଇଥିଲା ନିଷ୍ଠା ପରିବାର। ଠିକ ସେହିପରି ସୋହେଲା ବ୍ଲକ ଅନ୍ତର୍ଗତ ସୋହେଲା ଗ୍ରାମର ପ୍ରଦ୍ୟୁମ୍ନ ସାହୁ (ପପ୍ପୁ) ଏକ ଦୁର୍ଘଟଣାରେ ଆଘାତ ହୋଇ ଅନେକ ଖର୍ଚ୍ଚାନ୍ତ ହେବା ପରେ ବର୍ତ୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ,ବର୍ତ୍ତମାନ ସେ ଘରେ ଅଛନ୍ତି।
ତାଙ୍କ ବାପା ବସନ୍ତ କୁମାର ସାହୁ ଆର୍ଥିକ ସହଯୋଗ ପାଇଁ ନିଷ୍ଠା ପରିବାରକୁ ଅନୁରୋଧ କରିଥିଲେ। ଗତ ନଭେମ୍ବର ୨୯ ତାରିଖ ବରଗଡ଼ ପୁସ୍ତକ ମେଳାରେସମ୍ବର୍ଦ୍ଧିତ ହୋଇଥିବା “ସ୍ବର୍ଗତ ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ”ରୁ ପାଇଥିବା ନଗଦ ପାଞ୍ଚ ହଜାର ସହାୟତା ରାଶି ସହ ଆଉ ଦଶ ହଜାର ମିଶାଇ ସର୍ବମୋଟ ୧୫୦୦୦/- (ପନ୍ଦର ହଜାର) ଟଙ୍କା କୁ ତିନି ଅସହାୟ ରୋଗୀ ଙ୍କୁ ୫୦୦୦/- (ପାଞ୍ଚ ହଜାର) ଟଙ୍କା ଲେଖାଏ ଫୋନ ପେ ମାଧ୍ୟମ ରେ ନିଷ୍ଠା ପରିବାର ତରଫରୁ ପ୍ରଦାନ କରାଯାଇଛି।