Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିତହଁକ୍ ପୁହୁଁଚିଲା ଘର୍ କେ ଘର୍ ।

ତହଁକ୍ ପୁହୁଁଚିଲା ଘର୍ କେ ଘର୍ ।

ବଲାଙ୍ଗିର-ଗତବର୍ଷ ରାମନବମୀ ଅବସରରେ ଉଦଘାଟିତ ହୋଇଥିବା ତହଁକ୍ କୁଟୁମ୍ ର ଭିନ୍ନ କାର୍ଯ୍ୟକ୍ରମ ” ସ୍କୁଲ ନୁ କଲେଜ୍ ଗାଁ ନୁ ସହର୍ ‘ ତହଁକ୍ ପୁହୁଁଚିଲା ଘର୍ କେ ଘର୍ ” କୁ ଗୋଟିଏ ବର୍ଷ ପୂରିଯାଇଛି ଆଜି ଏହି ଅବସରରେ ଆଉ ଏକ ପଦକ୍ଷେପ ନେଇଛି ଅନୁଷ୍ଠାନ ବିଭିନ୍ନ ଗ୍ରାମରେ ରାମନବମୀ ଅବସରରେ ପାଳିତ ହେଉଅଛି ରାମଲୀଳା ନାଟକ କାହିଁ କେତେ ବର୍ଷ ରୁ ଆରମ୍ଭ ହୋଇଥିବା ଏହି ନାଟକ ଏବେ ଡିଜିଟାଲ ଦୁନିଆଁ ରେ ମଧ୍ୟ ଲୋକଙ୍କ ଚାହିଦା କମି ନାହିଁ। ହୃଦୟରେ ବସା ବାନ୍ଧିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗାଁ କୁ ଯାଇ ସେହି ଗ୍ରାମକୁ ” ଗାଁ କଲା ସମ୍ମାନ” ରେ ସମ୍ମାନିତ କରି ବେଶ୍ ପ୍ରଂଶସା ସାଉଁଟିଛି ତହଁକ୍ କୁଟୁମ୍ ।

ଏ ବର୍ଷ ବଲାଙ୍ଗିର ଜିଲ୍ଲାର ତିନୋଟି ଗ୍ରାମ ଯଥା ଦେଉଲଗାଁ, ମୁଦଲସର ଏବଂ ରେଙ୍ଗାଲି ଗ୍ରାମକୁ ସମ୍ମାନିତ କରାଯାଇଛି। ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ବିଭିନ୍ନ କଲାକାରୀ ଗ୍ରାମ ମାନଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ରାଜେଶ ଦଣ୍ଡସେନା କହିଛନ୍ତି। ଏହି ଅବସରରେ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ପ୍ରଭୁ ଶ୍ରୀରାମଙ୍କ ଉପରେ ବିସ୍ତୃତ ଆଲୋଚନା କରି କୋସଲିଭାସାର ଗିତ ମାଧ୍ୟମରେ ରାମଳୀଳା ନାଟକ ପରିବେଷଣ ଗୀତ ଶୁଣାଇବା ସହ ନିଜର ମାତୃଭାଷାରେ ନାଟକ କରିପାରିଲେ ଆହୁରି ବୋଧଗମ୍ୟ ହୋଇ ପାରବ ବୋଲି କହିଥିଲେ ।

ରାଜେଶ ଦଣ୍ଡସେନା କହିଥିଲେ କୋଶଲ ହେଉଛି ପ୍ରଭୁ ଶ୍ରୀରାମଙ୍କ ମାମୁଁ ଘର ତେଣୁ ଆମ ସମସ୍ତଙ୍କୁ କୋଶଲ ମାଟିକୁ କୋଶଲୀ ଭାଷା ଦ୍ବାରା ତାକୁ ପ୍ରଚାର ପ୍ରସାର କରିବା ସହ ନିଜ ମାତୃଭାଷା କୁ ଉଦ୍ଧାର କରିବା ପାଇଁ ସମସ୍ତେ ଏକଜୁଟ ହେବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ରାଜେଶ ଶର୍ମା, ଦିଲୀପ କୁମାର ମିଶ୍ର, ମିଲନ୍ ପଣ୍ଡା ଏବଂ ଗିରୀଶ ପାତ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

error: Content is protected !!