Saturday, March 7, 2026
Homeରାଜ୍ୟତମିଆଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ।

ତମିଆଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ।

ପାଟଣାଗଡ଼-ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ତମିଆଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆର୍ଦ୍ରଭୂମି ସଂରକ୍ଷଣ ଅଭିଯାନ ପାଇଁ ସଚେତନତା କାର୍ଯ୍ୟଶାଳାର ଅନୁଷ୍ଠିତ ହୋଇଯାଇଛି। ଆର୍ଦ୍ରଭୂମି କ୍ଷତିକୁ କମ୍ କରିବା ପାଇଁ ତାର ସଂରକ୍ଷଣର ଏହା ଏକ ପ୍ରୟାସ ଅଟେ। ମାନବ ଅସ୍ତିତ୍ବ ପାଇଁ ଆର୍ଦ୍ରଭୂମି ଅତ୍ୟନ୍ତ ଆବଶ୍ୟକ ଅଟେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଦ୍ୟାଳୟ ପକ୍ଷରୁ ତମିଆଁ ଗ୍ରାମର ରାଣୀବନ୍ଧ ପୋଖରୀକୁ ସଫା କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ସର୍ବପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରୁ ପଥଚାଳନା କରି ଗ୍ରାମ ପରିକ୍ରମା ସହ ପୋଖରୀକୁ ଯିବାପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।ପଥଚାଳନା ସମୟରେ ସ୍ଲୋଗାନ ଓ ଫ୍ଲାଗ୍ କଡ୍ ଦ୍ଵାରା ବାର୍ତ୍ତା ଦିଆଯାଉଥିଲା।

ଏହି କ୍ରମରେ ତମିଆଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ସହିତ ବିଦ୍ୟାଳୟରେ ପରିଚାଳିତ ଏନର୍ଜି କ୍ଲବ, ଇକୋ କ୍ଲବ, ସ୍କାଉଟ ଗାଇଡ ଓ ଜୁନିଅର ରେଡକ୍ରସ ସହଭାଗୀ ମାନେ ଭାଗ ନେଇଥିଲେ । ପୋଖରୀ ପାର୍ଶ୍ଵରେ ସମବେତ ଭାବରେ ସଂକଳ୍ପ ପାଠ ଉଚ୍ଛାରଣ କରି ଶପଥ ଗ୍ରହଣ କରିଛନ୍ତି। ଉକ୍ତ କାମରେ ଗ୍ରାମର ଲୋକମାନେ ମଧ୍ୟ ସାହାଯ୍ୟ କରୁଥିଲା। ପୋଖରୀ ପାଖରେ ସଫା ସୁତୁରା କରିବା ପରେ ବ୍ଳିଚିଂ ପାଉଡର ମଧ୍ୟ ସିଞ୍ଚନ କରାଯାଇଥିଲା।

error: Content is protected !!