Saturday, April 19, 2025
spot_imgspot_imgspot_img
Homeରାଜ୍ୟତଥ୍ୟ ଓ ସୂଚନା ପାଇଁ ଗବେଷିକାଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ।

ତଥ୍ୟ ଓ ସୂଚନା ପାଇଁ ଗବେଷିକାଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ।

ବରପାଲି-ବରପାଲି ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ମାଧ୍ୟମରେ ନିଜ ଗବେଷଣା ନିମନ୍ତେ ତଥ୍ୟ ସଂଗ୍ରହ ପାଇଁ ଗବେଷିକା ପ୍ରମିତା ନାୟକଙ୍କ ପରିଦର୍ଶନ କାର୍ଯ୍ଯକ୍ରମ ସମ୍ପର୍ଣ୍ଣ ହୋଇଯାଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଧ୍ଯାପକ ଡ.ପର୍ଶୁରାମ ମିଶ୍ରଙ୍କ ଅଧିନରେ ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ ଗବେଷିକା ପ୍ରମିତା ନାୟକ ବରଗଡ଼ ଜିଲ୍ଲାର ଭିନ୍ନଭିନ୍ନ ସ୍କୁଲ ପରିଦର୍ଶନରେ ବାହାରିଥିଲେ। ବରପାଲି ବ୍ଳକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ ପରିଭ୍ରମଣ ଯାଇ ଛାତ୍ରଛାତ୍ରୀ ମାନଙ୍କ ପଠନ ଅଭ୍ୟାସ, ବୁଦ୍ଧିମତା ଏବଂ ଚାପର ଶୈକ୍ଷିକ ଉପଲବ୍ଧି ଉପରେ ପ୍ରଭାବର ଏକ ଅଧ୍ୟୟନ ” ଶୀର୍ଷକ ଉପରେ ନିଜ ଗବେଷଣା ପ୍ରସ୍ତୁତ କରିଥିଲେ।

ଗବେଶିକା ତଥ୍ୟ ଏବଂ ସୂଚନା ସଂଗ୍ରହ କରିବା ପାଇଁ ବ୍ଲକର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବରପାଲି , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରପାଲି , ସରକାରୀ ଉଚ୍ଚ ବିଦ୍ୟାଳୟ, ସତଲମା ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବରପାଲି କୁ ପରିଦର୍ଶନ ଯାଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଜ୍ୟୋତି ବିହାର ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଯୁବରାଜ ଖମାରୀ , ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା ଓ ମହଦା ସିଆରସିସି ଅନିଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ ।

error: Content is protected !!