Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଆଲୋଚନା ଚକ୍ର ।

ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଆଲୋଚନା ଚକ୍ର ।

ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ଆଲୋଚନା ଚକ୍ରରେ ସଭାପତି ଅଧ୍ୟକ୍ଷ ସରୋଜ କୁମାର ବିଶ୍ବାଳଙ୍କ ଦ୍ଵାରା “କଳିନ୍ଦିଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଟିର ମଣିଷ : ଚିରନ୍ତନ ପ୍ରେରଣା” ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଉକ୍ତ ସଭାକୁ ଅଧ୍ୟାପକ ଶ୍ୟାମସୁନ୍ଦର ସୁନା ପରିଚାଳନା କରିଥିଲେ। ଏହି ସଭାରେ ଆଲୋଚକ ଭାବେ ଲୋଇସିଂହା ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡଃ ହିମାଂଶୁ ମହାକୁର ଏବଂ ବୀରମହାରାଜପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଯାମିନୀ ଦାଶ ଆଲୋଚକ ଭାବରେ ଯୋଗଦାନ କରି ଉକ୍ତ ଉପନ୍ୟାସ ଉପରେ ଗଭୀର ଆଲୋଚନା କରିଥିଲେ ।

ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନେ ଉତ୍ସୁକତାର ସହ ଅଂଶ ଗ୍ରହଣ କରି ନିଜ ମନରେ ଥିବା ଦ୍ଵନ୍ଦ ଗୁଡ଼ିକ ଦୂର କରିଥିଲେ । ଉକ୍ତ ସଭାରେ ଓଡ଼ିଆ ବିଭାଗ ମୁଖ୍ୟ ଡ. ଲକ୍ଷ୍ମଣ ଭୁଏଙ୍କ ସହ,ପ୍ରାଧ୍ୟାପକ ଶୁକଦେବ ଝାଙ୍କର , ଅଧ୍ୟାପିକା ପଦ୍ମିନୀ ଗୁରୁ,ଅଧ୍ୟାପକ ଶୈଳେଶ ଶତପଥୀ, ଅଧ୍ୟାପକ ଯୋଗିନ୍ଦ୍ର ସାହୁ, ଅଧ୍ୟାପିକା ସୁପ୍ରିୟା ଡୁଙ୍ଗଡୁଙ୍ଗ, ଓ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ବୃନ୍ଦ ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଗଣେଶ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!