Saturday, March 7, 2026
Homeରାଜ୍ୟଡା. ସାହେବ ସାହୁଙ୍କ ପୁସ୍ତକ ଲୋକାର୍ପିତ ।

ଡା. ସାହେବ ସାହୁଙ୍କ ପୁସ୍ତକ ଲୋକାର୍ପିତ ।

ବରଗଡ-ବାପୁଜୀ ସ୍ୱତନ୍ତ ବିଦ୍ୟାଳୟ ବରଗଡର କାର୍ଯ୍ୟାଳୟ ପ୍ରାଙ୍ଗଣରେ “ଏସ୍କେପିଂ ପଭର୍ଟି ଇନ ୱାନ ଜେନେରେସନ ଏଣ୍ଡ ଅଦର ଏସେଜ” ପୁସ୍ତକର ଉନ୍ମୋଚନ ହୋଇଯାଇଛି । ପୁସ୍ତକକୁ ଆମେରିକାରେ ରହୁଥିବା ଡା. ସାହେବ ସାହୁ ଲେଖିଥିବା ବେଲେ ଏହାକୁ ସାକେତ ଶ୍ରୀଭୂଷଣ ସାହୁ ସଂପାଦନା କରିଛନ୍ତି । ପୁସ୍ତକରେ ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ଓ ଦର୍ଶନ ବିଭାଗରେ ସମୁଦାୟ ୬୫ଟି ଆଲେଖ ସମ୍ମିଲିତ ଅଛି । ଅତ୍ୟନ୍ତ ଜ୍ଞାନ ଗର୍ଭକ ଏହି ପୁସ୍ତକଟି ଡା. ସାହେବ ସାହୁ ଛାତ୍ର, ବିଦ୍ୟାଳୟ ଓ ଲାଇବ୍ରେରୀ ମାନଙ୍କୁ ମାଗଣାରେ ଉପଲବ୍ଧ କରିବା କରିବା ପାଇଁ ପ୍ରକାଶିତ କରିଛନ୍ତି ।

ପୁସ୍ତକ ଉନ୍ମୋଚନ ବେଲେ ବୁର୍ଲା ଏନଏସି କଲେଜର ଅଧକ୍ଷା ପ୍ରଫେସର ସୁବନ୍ଦିିତା ମିଶ୍ର, କମଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ପଟେଲ, କମଗାଁ ମହାବିଦ୍ୟାଲୟର ଇଂରାଜୀ ବିଭାଗ ରିଡର ପ୍ରଫେସର ରବିନାରାୟଣ ସାହୁ, ପୁସ୍ତକର ସଂପାଦକ ସାକେତ ଶ୍ରୀଭୁଷଣ ସାହୁ, ଅବସରପ୍ରାପ୍ତ ଆଇଟି ଚିଫ କମିଶନର ପ୍ରଫୁଲ୍ଲ କୁମାର ଦାଶ, ଅବସର ପ୍ରାପ୍ତ ଅର୍ଥନୀତି ଅଧ୍ୟାପକ ଏକେ କଲେଜ ଭେଡେନ, ଦେବେନ୍ଦ୍ର କୁମାର ପ୍ରଧାନ, ଅବସର ପ୍ରାପ୍ତ ଅଧ୍ୟକ୍ଷ କେଉଁଝର ସରକାରୀ ମହାବିଦ୍ୟାଳୟ, ନରେନ୍ଦ୍ର କୁମାର ପ୍ରଧାନ ଓ ଶକୁନ୍ତଳା ବିଦ୍ୟାଧର ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ରଂଜିତ ପ୍ରଧାନ ଉପସ୍ଥିତ ଥିଲେ ।

error: Content is protected !!