ପଦ୍ମପୁର – ମୌସୁମୀ ଅଧିବେଶନ ରେ ଗୃହରେ ଉପସ୍ଥିତ ରହି ନିଜ ନିର୍ବାଚନ ମଣ୍ଡଳୀ ରେ ପାନୀୟ ଜଳ ସମସ୍ୟା, କର୍ମ ନିୟୋଜନ କାର୍ଯ୍ୟାଳୟ ପଦ୍ମପୁର ରେ କାର୍ଯ୍ଯକ୍ଷମ କରିବା ନେଇ ପ୍ରଶ୍ନ ଉଠାଇବା ପରେ ଆଜି ସ୍ୱାସ୍ଥ୍ୟ ଓ ବିଦ୍ୟୁତ ସମସ୍ୟା ଉପରେ ବିଭାଗୀୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ।
ସେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶ ଗୋଟି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର , ଚାରି ଗୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଭାବ ଥିବା ଡାକ୍ତର ଓ ନର୍ସିଂ ଷ୍ଟାଫ୍ କେବେ ପୂରଣ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଙ୍କୁ ପ୍ରଶ୍ନ କରିଥିଲେ। ପରେ ପଦ୍ମପୁର ବିଦ୍ୟୁତ ବିଭାଗର ଡିଭିଜନ ହୋଇଥିବା ବେଳେ ତାହା ସଦର ମହକୁମା ବରଗଡ ରେ କାର୍ଯ୍ୟ କରୁଛି, ତାହା ପଦ୍ମପୁର ରେ କେବେ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ।