ବରପାଲି-ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରେ ଏକାଡ଼େମୀ ପ୍ରତିଷ୍ଠାତା ସ୍ଵର୍ଗତ ଡା ଧୀରେନ୍ଦ୍ରନାଥ ମୁଣ୍ଡଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ସଭାର ଆୟୋଜନ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ସହ ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ ଚିକିନିପାଲି ଫାର୍ମ ସ୍ଥିତ ଡ. ମୁଣ୍ଡଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଡା.ମୁଣ୍ଡଙ୍କ ଫଟୋଚିତ୍ର ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଦ୍ୟାଳୟର ଉପାଧ୍ଯକ୍ଷ ସୁଶୀଳ କୁମାର ରଥଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଗଣ ଡା.ମୁଣ୍ଡଙ୍କ ତୈଳଚିତ୍ର ନିକଟରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ଶିକ୍ଷକ ପଦ୍ମ ଲୋଚନ ଦାଶଙ୍କ ନିର୍ଦ୍ଦେଶନାରେ ଛାତ୍ରୀଗଣ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ ସମାବେଶର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଏହି ଅବସରରେ ସହକାରୀ ଶିକ୍ଷକ ଆଦିତ୍ୟ ପ୍ରସାଦ କର ଡାକ୍ତରଙ୍କ ଜୀବନୀ ସଂପର୍କରେ ଆଲୋକ ପାତ କରିବା ସହ ଛାତ୍ରୀ ଅନନ୍ୟା ସାହୁ ସଂକ୍ଷେପରେ ତା ମୁଣ୍ଡଙ୍କ ସ୍ମତିଚାରଣ କରିଥିଲେ । ସିମ୍ରନ ମିର୍ଦ୍ଧାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ ।

