Saturday, March 7, 2026
Homeଅଘଟଣଡ଼କାୟତ ଉଦ୍ୟମ ପଣ୍ଡ:ଡ଼କାୟତ ଦଳକୁ ଧରିଲା ପୋଲିସ ।

ଡ଼କାୟତ ଉଦ୍ୟମ ପଣ୍ଡ:ଡ଼କାୟତ ଦଳକୁ ଧରିଲା ପୋଲିସ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦେୱାନଡ଼ିହି ଶିବ ମନ୍ଦିର ନିକଟରେ ଡ଼କାୟତ କରିବାକୁ ଯୋଜନା ପ୍ରସ୍ତୁତି କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡି ଯାଇଛନ୍ତି। ଫଳରେ ତାଙ୍କର ଡ଼କାୟତ ଉଦ୍ୟମ ପଣ୍ଡ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଦରଗଡ ଆରକ୍ଷୀ ଅଧିକ୍ଷକ ପି.ଏସ ମିନା,ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତି ଭୂଷଣ ଭୋଇଙ୍କୁ ଘଟଣା ସଂପର୍କରେ ଆଦେଶ ଦେଇଥିଲେ। ତଦନୁସାରେ ଏସଡିପିଓ କ୍ଷେତ୍ର ପ୍ରସ୍ତୁତ କରିଥିଲେ।

ବୁଡେନ ଏ.ଏସ.ଆଇ ଗୟାରାମ ସଣ୍ଡ ସଦଳ ବଳେ ଡ଼କାୟତ ପାଇଁ ଯୋଜନା ପ୍ରସ୍ତୁତି ସ୍ଥଳକୁ ଘେରି ଯାଇଥିଲେ। ତାଙ୍କ ଠାରୁ ଦେଶୀ ପିସ୍ତଲ,ଅସ୍ତ୍ର,ଲୁହା ରଡ଼,ମୋବାଇଲ ଜବତ କରିଥିଲେ।ସେମାନେ ବ୍ୟବହାର କରୁଥିବା ତିନିଗୋଟି ବାଇକ (ଓଡି-୧୭-ଜେଡ୍- ୭୪୮୫),(ଓଡି-୧୭-ଏବି-୦୩୩୧),(ଓଡି-୧୭-ଏବି-୩୫୯୮)କୁ ଜବତ କରାଯାଇଛି।

ଏହି ଡ଼କାୟତ ଗୋଷ୍ଠୀରେ ଗଏଲଗୁଡାର ଗଣେଶ ସୁନା,ଦେୱାନଡ଼ିହିର ମନୋଜ ନେଲ,ଅମୃତଲାଲ କୁମ୍ଭାର,ଝାଙ୍କରପାଲିର ଚମ୍ପୁ ନାଗ,ମହୁଳପାଲିର ରାଜେଶ ସାହୁକୁ ପୁଲିସ କାବୁ କରିଛି। ଗଏଲଗୁଡ଼ାର ସୌରଭ କୁମ୍ଭାର ଫେରାର ହୋଇଯାଇଛି। ପାଞ୍ଚ ଅଭିଯୁକ୍ତ ମଧ୍ୟରୁ ତିନି ଜଣ ଅନେକ ଅପରାଧୀ ମାମଲାରେ ସଂଶ୍ଳିଷ୍ଟ ଥିବା ବେଳେ ଅନ୍ୟ ଦୁଇ ଜଣ ମର୍ଡର ଅଭିଯୋଗରେ ସଂଶ୍ଳିଷ୍ଟ ରହିଥିବା ଉପଖଣ୍ଡ ପୋଲିସ ଅଧିକାରୀ ଏକ ପ୍ରେସନୋଟ ଜରିଆରେ ସୂଚନା ଦେଇଛନ୍ତି।

error: Content is protected !!