ପଦ୍ମପୁର-ଦହିତା ନିକଟସ୍ଥ ଡଙ୍ଗାଛଞ୍ଚା ଗ୍ରାମରେ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହିତାର ସ୍କୁଲ ଆସ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୩୫ ଜଣ ପିତାମାତା ସହ ଗ୍ରାମର ଭଦ୍ରକ ବ୍ୟକ୍ତି ଓ ୩୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଳଷ୍ଟର୍ ସଂଯୋଜକ ଶ୍ରୀଯୁକ୍ତ ଆଶିଷ ବୈକାର, ଡଙ୍ଗାଛଞ୍ଚା ଗ୍ରାମ ସଭାପତି ଶ୍ରୀଯୁକ୍ତ ବନମାଳୀ ବାରିକ, ସଂପାଦକ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବୈଶାଖୁ ସେଠ, ଅଭିଭାବକ ବସୁଦେବ ସାହୁ, କାର୍ତ୍ତିକ ସାହା, ପୂର୍ଣ୍ଣ ସେଠ, ଶିକ୍ଷକ କ୍ଷୀରୋଦ୍ର ନାଥ ସାହୁ, କିଶୋର କୁମ୍ଭାର ମଞ୍ଚାସୀନ ଥିଲେ। ଶ୍ରୀଯୁକ୍ତ ସାହୁ ସଭାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସହ ସ୍ବାଗତ ସମ୍ଭାଷଣ କରିଥିଲେ। ସଭାପତି ଶ୍ରୀଯୁକ୍ତ ସୁନା ବିଦ୍ୟାଳୟର ଶୃଙ୍ଖଳା ଠାରୁ ଆରମ୍ଭ କରି, ପାଠପଢ଼ା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା, ସରକାରୀ ସମସ୍ତ ସୁବିଧା ସୁଯୋଗ କହିବା ସହ ଡଙ୍ଗାଛଞ୍ଚା ଗ୍ରାମର ୪୩ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ସେମାନଙ୍କ ବିନା କାରଣରେ ଅନୁପସ୍ଥିତ,ପୋଷ୍ୟ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ, ସାପ୍ତାହିକ ପୁନରାଆଲୋଚନା ତଥା ପରୀକ୍ଷା, ଦୈନିକ ଗୃହ କାର୍ଯ୍ୟ, ବିଦ୍ୟାଳୟର ଅତିରିକ୍ତ ପାଠପଢ଼ା,ସ୍କାଉଟ୍,ଗାଇଡ୍ ବିଷୟରେ ଆଲୋଚନା କରିଥିଲେ।

ଛାତ୍ରଛାତ୍ରୀ ମାନେ ନିୟମିତ କେମିତି ବିଦ୍ୟାଳୟକୁ ଆସିବେ,ଭଲ ପଢ଼ିବେ ସେ ବିଷୟରେ ଅଭିଭାବକ ଅଭିଭାବିକା ମାନଙ୍କ ମତ ନିଆଯାଇଥିଲା। ପିଲାମାନେ ଦୈନିକ ପାଠପଢ଼ା ସହ ମୋବାଇଲରୁ ନିବୃତ୍ତ ରହିବା ପାଇଁ ଶିକ୍ଷକ ଶ୍ରୀଯୁକ୍ତ ସାହୁ ପିତାମାତା ଯେପରି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ମୋବାଇଲ୍,ରିଲ୍ସ ଆଦି ନ ଦେଖିବାକୁ ମତ ରଖିଥିଲେ। ଛୋଟ କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ କେହି ଭାଙ୍ଗ ବିଡ଼ି ଆଦି ନିଶାଦ୍ରବ୍ୟ କିଣାଇବେ ନାହିଁ କି ଦୋକାନୀ ବିକ୍ରୟ କରିପାରିବ ନାହିଁ ବୋଲି ଭଦ୍ରବ୍ୟକ୍ତି ମାନେ ମତ ରଖିଲେ। ଶ୍ରୀଯୁକ୍ତ ବୈକାର ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବା ସହ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ରାଶି ପୋଷାକ ବଣ୍ଟନ,ଷ୍ଟାଇପେଣ୍ଡ, ହାତ ଖର୍ଚ୍ଚ, ମୁଖ୍ୟମନ୍ତ୍ରୀ ସାଇକେଲ ଯୋଜନା ସହ ଦହିତା ହାଇସ୍କୁଲ ଡଙ୍ଗାଛଞ୍ଚା ଆସି ତାର ସମସ୍ତ ସୁବିଧା ସୁଯୋଗ ଅଜାଡ଼ି ଦେବାର ବ୍ୟବସ୍ଥା କରିଛି ବୋଲି ମତ ରଖିଲେ।

ଶ୍ରୀଯୁକ୍ତ ବନମାଳୀ ବାରିକ,ଶ୍ରୀଯୁକ୍ତ ବୈଶାଖୁ ସେଠ ଗ୍ରାମର ସମସ୍ତ ପିଲା ନିୟମିତ ବିଦ୍ୟାଳୟ ଯିବାକୁ ଆମେ ବ୍ୟବସ୍ଥା କରିବୁ ବୋଲି ମତ ରଖିଥିଲେ। ଅଭିଭାବିକା ତୁଳସୀ ମହାନନ୍ଦ ବିଦ୍ୟାଳୟର ଉଚିତ ପଦକ୍ଷେପ ଯୋଗୁଁ ତାଙ୍କ ପୁଅ ନିୟମିତ ବିଦ୍ୟାଳୟ ଯାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ।ପୁରାତନ ଛାତ୍ରୀ ପୂଜା ଚୌଧୁରୀ ଛାତ୍ରଛାତ୍ରୀ କେମିତି ନିୟମିତ ବିଦ୍ୟାଳୟ ଯିବା ସହ ସ୍ବଧ୍ୟାୟୀ ହୋଇ ଗୃହକାର୍ଯ୍ୟ କରି ପରୀକ୍ଷା ଭଲ କରିପାରିବେ ବୋଲି ମତ ରଖିଥିଲେ। ଶିକ୍ଷକ ଶ୍ରୀଯୁକ୍ତ କୁମ୍ଭାର ବିଦ୍ୟାଳୟରେ ଡଙ୍ଗାଛଞ୍ଚାର ପୂର୍ବତନ ଛାତ୍ରଛାତ୍ରୀ କେମିତି ଭଲ ପଢ଼ୁଥିଲେ ଓ ଆଜିର ଛାତ୍ରଛାତ୍ରୀ ଅବହେଳା କରି ସ୍କୁଲରେ ପଛରେ ପଡିଯାଇଛନ୍ତି କହିବା ସହ ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସଭାପତି ଭଲ ଉପସ୍ଥାନ ହାରର ଆଶା ପୋଷଣ କରି ସଭା ସାଙ୍ଗ ଘୋଷଣା କରିଥିଲେ। ଶ୍ରୀଯୁକ୍ତ ବସୁଦେବ ସାହୁ, ବାବୁଲାଲ ପଟେଲ ଓ ପୁରାତନ ଛାତ୍ରୀ ମାନଙ୍କ ସହଯୋଗରେ ଭ୍ରାମ୍ୟମାଣ ସ୍କୁଲ ଆସ ସଭା ସଫଳ ହେଲା।



