ପଦ୍ମପୁର-ପଦ୍ମପୁର ବ୍ଳକ ଅନ୍ତର୍ଗତ ଡଂଗାଘାଟ ଗ୍ରାମ ପଂଚାୟତର ଡଂଗାଘାଟ ଗ୍ରାମରେ ପରିବେଶ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଅଛି।ଏହି ଉପଲକ୍ଷେ ଡଂଗାଘାଟ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରକୃତିବଂଧୁ ଶଙ୍କର୍ଷଣ ନାଗଙ୍କ ସହଯୋଗ ଓ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ଅଂଶଗ୍ରହଣ ମହାବିଦ୍ୟାଳୟ ପଦ୍ମପୁର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ସୁବୋଧ କୁମାର ତ୍ରିପାଠୀ,ସ୍ବତନ୍ତ୍ର ଅତିଥି ଭାବରେ ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡ ସଂପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁ ଅଂଶଗ୍ରହଣ କରି ବିଶ୍ବ ଉତ୍ତାପନ ଓ ଜୀବ ଜଗତ ଉପରେ ଏହାର ପ୍ରଭାବ, ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ, ବୃକ୍ଷ ରୋପଣ ଓ ସଂରକ୍ଷଣ ସଂପର୍କରେ ବିସ୍ତ୍ରୁତ ଆଲୋଚନା କରି ପରିବେଶ ସଚେତନତା ଅଭିଯାନ କୁ ଜନ ଆନ୍ଦୋଳନ ର ରୂପ ଦେବାକୁ ମତ ଦେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଡଂଗାଘାଟ ଗ୍ରାମ କମିଟୀର ସଂପାଦକ ନିରଞ୍ଜନ କୁଦେଇ, ଗ୍ରାମ କମିଟୀ ସଦସ୍ଯ ଗୋବର୍ଦ୍ଧନ ମଲ୍ଲିକ, ଉଆଡ୍ ମେମ୍ବର ବିମ୍ବାଧର ବରିହା,ଏମ୍. ବି.କେ ବୈଜୟନ୍ତି ପଟେଲ , କୃଷିମିତ୍ର ରୁବିତା ବାଗ ଓ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ଯା ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ଗ୍ରାମବାସୀଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇ ନିଜ ନିଜର ଘରବାଡିରେ ରୋପଣ ପାଇଁ ପରାମର୍ଶ ଦିଆଯାଇଥିଲା। ସରପଞ୍ଚ ପ୍ରକୃତିବନ୍ଧୁ ଶଙ୍କର୍ଷଣ ନାଗ ଆଗାମୀ ପିଢ଼ିର ସୁରକ୍ଷା ନିମନ୍ତେ ସମସ୍ତ ଜନସାଧାରଣ ଗୋଟିଏ ଗୋଟିଏ ଗଛ ଲଗାଇ ପ୍ରକୃତି ସୁରକ୍ଷା ଅଭିଯାନରେ ଝାସ ଦେବାକୁ ଆହ୍ଵାନ ଦେଇଥିଲେ। ଶେଷରେ ଏମ୍.ବି.କେ ବୈଜୟନ୍ତୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।