Saturday, March 7, 2026
Homeରାଜ୍ୟଟେମରୀ ହାଇ ସ୍କୁଲରେ ବନ ମହୋତ୍ସବ।

ଟେମରୀ ହାଇ ସ୍କୁଲରେ ବନ ମହୋତ୍ସବ।

ପାଇକମାଳ-ପାଇକମାଳ ବ୍ଲକ ଟେମରୀ ହାଇ ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସର୍ବପ୍ରଥମେ ବାଗଦେବୀ ସରସ୍ଵତୀ ଦେବୀଙ୍କ ଫଟୋ ଚିତ୍ରରେ ଅତିଥିଙ୍କ ଦ୍ବାରା ପୂଜାର୍ଚ୍ଚନା କରା ଯାଇଥିଲା। ଏହାପରେ ସ୍କୁଲ ଛାତ୍ରୀ ରେଣୁକା ହାତୀ, ନିତୁ ରଣା,ବାସନ୍ତୀ,ସିପ୍ରା ପ୍ରିୟଦର୍ଶନୀ ଭୋଇ,ନିମା ବାରିକଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରା ଯାଇଥିଲା। ପ୍ରଧାନ ଶିକ୍ଷକ ଡୋଳାମଣୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପରିବେଶବିତ ରାହାସ ବିହାରୀ ସାହୁ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ଧିରେନ୍ ମହାନ୍ତି, ସରପଞ୍ଚ ଦିଲ୍ଲୀପ ବେହେରା, ଗୋପବନ୍ଧୁ ଶିକା,ସ୍କୁଲ କମିଟି ସଦସ୍ୟ ଭେଙ୍କଟ ରମଣ ଠାକୁର,ପୀତବାସ ଭୋଇ, ଶିକ୍ଷୟିତ୍ରୀ ସେବତୀ କିଶାନ,ତୃପ୍ତିମୟୀ ଧରୁଆ,ଯାଜ୍ଞସିନୀ ସାହୁ, ସେବିକା ସୁଭାଷିନୀ ବାରିକ,ଶିକ୍ଷକ ପ୍ରଦ୍ୟୁମ୍ନ ବରିହା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା ବନ ମହୋତ୍ସବର ଆବଶ୍ୟକତା ଉପରେ ମାର୍ଗଦର୍ଶନ କରିଥିଲେ। ଶିକ୍ଷକ ରଞ୍ଜିତ ସା ସଭା ସଞ୍ଚାଳନ କରିଥିବା ବେଳେ ପରିଶେଷରେ ଶିକ୍ଷକ ଉସତ୍ ଲାଲ ବେଣ୍ଟକାର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!