ବରପାଲି – ବରପାଲି ରାଉତ ଆର୍ଟ ଫାଉଣ୍ଡେସନ ପକ୍ଷରୁ ଜାତୀୟ ଜଳରଙ୍ଗ ପ୍ରଦର୍ଶନୀ ରାଉତ ଆର୍ଟ ଗ୍ୟାଲେରୀ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି।କଳାଭୂମି ଅଧ୍ୟକ୍ଷ ବିଶିଷ୍ଟ ଚିତ୍ରକର ଧୃବ ବେହେରାଙ୍କ ଦ୍ୱାରା ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା l ଗ୍ଯାଲେରିରେ ମୋଟ ୩୫ଟି ୱାଟର କଲର ପେଣ୍ଟିଙ୍ଗ ସ୍ଥାନ ପାଇଛିl ଚିତ୍ରକର ଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବରଗଡ଼, ଭଟଲି, ସମ୍ବଲପୁର, ସୋନପୁର,ବୌଦ୍ଧ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ,ଗଞ୍ଜାମ ପ୍ରଭୁତି ଜିଲ୍ଲା ସହ ପଶ୍ଚିମବଙ୍ଗର ବିଶିଷ୍ଟ କଳାକାର ମାନଙ୍କ ପେଣ୍ଟିଙ୍ଗ ମାନ ପ୍ରଦର୍ଶିତ ହୋଇଥିଲା l
ଚିତ୍ରକାର ଭାବେ ରମାକାନ୍ତ ତ୍ରିପାଠୀ, ବିଜେନ୍ଦ୍ର ବେହେରା ପ୍ରତ୍ୟୁଷ ପଣ୍ଡା, ଭାଗବତ ପ୍ରସାଦ ମିଶ୍ର, ଓ଼ଂମ ପ୍ରକାଶ ବେହେରା, ଆଶୁତୋଷ ବିଶ୍ୱାଳ, ପୂର୍ଣଚନ୍ଦ୍ର ମେହେର ତ୍ରିସୁକ ମହାରଣା, ଦୁର୍ଯ୍ୟୋଧନ ମେହେର,ଆନନ୍ଦିତା ମହାନ୍ତି, ସଂଯୁକ୍ତା ପଧାନ ସ୍ୱପ୍ନାରାଣୀ ଭୁଏ, ସଂସ୍କୃତିକା ପୁରୋହିତ, ଅମୃତାଂଶୁ ଏସ କୁମ୍ଭାର, ଈଶ୍ୱର ମହାରଣା, ପ୍ରିତିଶ କୁମାର ସାହୁ, ଚିତ୍ରସେନ ବିଶୋଇ ରାଜେନ୍ଦ୍ର ସାହୁ, ବିଶ୍ୱଜିତ ବିଶ୍ୱାସ ଓ ଛାତ୍ର ମାନଙ୍କ ମଧ୍ଯରେ ଜୟଶ୍ରୀ ବେହେରା, ସିଦ୍ଧିଶ୍ରୀୟା ପଣ୍ଡା, ଭରତ ସାହୁ,କୃଷ୍ଣଚନ୍ଦ୍ର ବେହେରା,ବେଦାଂଶୀ ମହାନ୍ତି, କାବ୍ୟା ଅଗ୍ରୱାଲ,ରୋସନ ଭୁଏ, ରିତେଶ ପାଉଲେ, ସେଜଲ ଦାସ, ଲିନୁ ସାହୁ, ଅନ୍ୱିତା ସାହୁ ମାହି ଯାଦବ, ଅର୍ଣ୍ଣବ ଆଶୁତୋଷ ପ୍ରଧାନ, ଅଙ୍କିତା ଜାଲ, ଶ୍ରୀଜୀନା ପଧାନ ସ୍ୱୟଂସିଦ୍ଧି ସାହୁ ଜଳରଙ୍ଗ ଙ୍କ ପେଣ୍ଟିଙ୍ଗ ମାନ ପ୍ରଦର୍ଶିତ ହୋଇଅଛି l
ରାଉତ ଆର୍ଟ ଫାଉଣ୍ଡେସନ ପ୍ରତିଷ୍ଠାତା ଯାତିୟ କ୍ଷାତି ସମ୍ପର୍ଣ୍ଣ ବିଶିଷ୍ଟ ଚିତ୍ରକର ଚନ୍ଦ୍ରଶେଖର ରାଉତଙ୍କ ତତ୍ବାଧାନରେ ଉତ୍ସବ ଆୟୋଜିତ ହୋଇଥିଲା l ଆୟୋଜିତ ପ୍ରଦର୍ଶନୀ ଆଗାମି ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବା ସହିତ ସାମିଲ ସମସ୍ତ ଚିତ୍ରକର ମାନଙ୍କୁ ସମ୍ମାନିତ କରାଯିବା ପାଇଁ ସିଦ୍ଧାନ୍ତ ନିଆଯାଇଛି। ସେହିପରି ଉଚ୍ଚମାନର ୭ଜଣ ଚିତ୍ର କଳାକାର ମାନଙ୍କୁ ପ୍ରୋତ୍ସାହନ ରାଶି ୨୦୦୦ ଟଙ୍କା ଓ ଛାତ୍ରଛାତ୍ରୀ ଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଆୟୋଜକ ମଣ୍ତଳି ଜଣାଇଥିଲେ।