କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ର ଜଣେ ଅଣ ଓଡ଼ିଆ ଯୁବକ ଟିଟୁ ଖଇତାନ ସୋସିଆଲ ମିଡିଆ ଫେସବୁକ ରେ ଏସି.ଏସଟି ବର୍ଗ ର ଲୋକ ଙ୍କୁ ଅସଭ୍ୟ ଭାଷାରେ ଗାଲି ଦେଇ ଏବେ ଘରଣ ଘୋଡାରେ ଟିଟୁ ଖଇତାନ। ଫେସବୁକ ରେ ଗାଲି ଦେବା ଦେଖି କଣ୍ଟାବାଞ୍ଜି ସହର ର ଏସି.ଏସଟି ବର୍ଗ ଯୁବକ ମାନେ କଣ୍ଟାବାଞ୍ଜି ଥାନା ରେ ଲିଖିତ ଅଭିଯୋଗ କରୁଛନ୍ତି। ଏନେଇ ଟିଟୁ ଖଇତାନ ଙ୍କ ନାରେ ମାମଲ ରୁଜୁ ହୋଇଥିବ ବେଳେ ବର୍ତ୍ତମାନ ଯାଏ ପୋଲିସ ପ୍ରଶାସନ ଟିଟୁ ବିରୋଧ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ସେଥି ପାଇଁ ଦଳିତ ଓ ଆଦିବାସୀ ସଂଘ ମାନେ ନିନ୍ଦା କରିଛନ୍ତି।
ଅନ୍ୟପକ୍ଷ ରେ ଆଦିବାସୀ ନେତା ଗିରିରାଜ ସିଂ ମାଝୀ ଓଡ଼ିଶା ସରକାର ଙ୍କ ପୋଲିସ ପ୍ରଶାସନ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କୁ ଟୁଇଟ କରି ଟିଟୁ କୁ ଗିରଫ କର ନ ହେଲେ ଏସି.ଏସଟି ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିବ ବୋଲି ସେ ଖୋଲମଖୋଲା ଚେତାବନୀ ଦେଇଛନ୍ଥି। ଟିଟୁ ବିରୋଧ ରେ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗକୁ ଏସି.ଏସଟି ସଂଗଠନ ମାନେ ବଡଧରଣ ଆଇନ ଅମାନ୍ଯ ଆନ୍ଦୋଳନ କରିବେ ବୋଲି ଆଶଙ୍କା ରହିଛି।